ଝିଅ
ଝିଅ
ସେ ଯେ ଫୁଲଟିଏ ତାର ଯତନ ନିଅ
ସେ ତ ରାଜକୁମାରୀ, କି ସୁନ୍ଦର ମୁହଁ।
ସେ ତ ବୈଶାଖୀ ମଧ୍ୟାହ୍ନ ଶୀତଳ ଜଳ
ତାର ମଧୁର ବଚନ ଜୋଛନା ଝର।
ସେ ଯେ’ ବାପାଙ୍କର ଆଖିର ତାରା
ମା’ ର ସଖୀ ସେ, ଦୁଃଖ ପାସୋରା।
ଜେଜେବାପାଙ୍କର ଲକ୍ଷ୍ମୀ ପ୍ରତିମା
ପରିବାର ଗର୍ବ ଗୌରବ ସୀମା।
ଦିଅ ନାହିଁ ତା’ର ଆଖିରେ ଲୁହ
ଆସ ଢାଳି ଦେବା ମମତା ସ୍ନେହ।

ଗୋଲୋକବିହାରୀ ବେହେରା
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ : ୯୯୩୮୩୦୩୦୪୬
