ମାଧପୁର ଠାରେ ବନାଗ୍ନି ପ୍ରତିରୋଧକ ସଚେତନା ଶିବିର ଅନୁଷ୍ଠିତ
ସୋରଡ଼ା ()ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବଡ଼ଗଡ଼ ବନାଞ୍ଚଳ ଅଧୀନରେ ଥିବା ଗୌଡ଼ଗୋଠ ପଞ୍ଚାୟତ ଗୋଟିଏ ଛୋଟିଆ ଗ୍ରାମ ମାଧପୁର ଠାରେ ବନାଗ୍ନି ପ୍ରତିରୋଧ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସହକାରୀ ବନଖଣ୍ଡ ଅଧିକାରୀ ରଜତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରାମ ଶବର,ଭଞ୍ଜନଗର ବନସାଥି ସୁଲପାଣି ଶତପଥୀ, ମେରିକୋଟ ସରପଞ୍ଚ ନମିତା ମାଲିକ, ବରୋଦା ସରପଞ୍ଚ ବିଦେଶୀ ମଲ୍ଲିକ, ଆଦି ଯୋଗଦେଇ ଆଗାମୀ ଗ୍ରୀଷ୍ମ ଋତୁରେ ବନାଗ୍ନି ପ୍ରତିରୋଧ ଓ ସଚେତନତା ଶିବିରକୁ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ ପରିଚାଳନା କରି ଚଳିତ ସମୟରେ ବନ ପୋଡ଼ି କିପରି ରୋକା ଯାଇପାରିବ ସେଦିଗରେ ବିଶଦ ଆଲୋଚନା କରିଥିଲେ।ବଡ଼ଗଡ଼ ବନାଞ୍ଚଳରେ ଆଦୌ ଯେପରି ନିଆଁ ନଲାଗିବ ସେଦିଗରେ ସଭିଏଁ ମିଳିମିଶି କାର୍ଯ୍ୟ କରିବା ସହ ବନ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଓ ବନ ସୁରକ୍ଷା ସମିତି ସଦସ୍ୟଙ୍କ ସହାୟତାରେ ଦମନ ପାଇଁ ପ୍ରକୃତିବନ୍ଧୁ ସୁଲପାଣି ଶତପଥୀ ବିଭିନ୍ନ ଗପ ଓ ସ୍ଲୋଗାନ ମାଧ୍ୟମରେ କହିଛନ୍ତି।ସେହିପରି ଏହି ଗ୍ରାମର ଭି ଏସ ଏସ ସଦସ୍ୟଙ୍କ କାର୍ଯ୍ୟକୁ ପ୍ରଶଂସା କରି ମାନ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ଚଳିତବର୍ଷ ଏହି ବନାଞ୍ଚଳରେ ଯେପରି ନିଆଁ ଆଦୌ ନଲାଗିବ ସେଦିଗରେ ଉଭୟ ବନ କର୍ମଚାରୀ ଓ ବନ ସୁରକ୍ଷା ସମିତିର ସଦସ୍ୟମାନେ ଆନ୍ତରିକ ଉଦ୍ୟମ କରିବା ଛୋଟ ଛୋଟ ପିଲାଙ୍କ ଆକର୍ଷନୀୟ ନାଟକ ଓ ସଚେତନ ଧର୍ମୀ ବାର୍ତା ଶହ ଶହ ଦର୍ଶକଙ୍କୁ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଗ୍ରୀଷ୍ମ ଦିନରେ ଜଙ୍ଗଲରେ ନିଆଁ ଲାଗିଲେ ବନ କର୍ମଚାରୀମାନେ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ଧରି ବିଭିନ୍ନ ପଏଣ୍ଟରେ ନିଆଁ ଲିଭାଇବାକୁ ସୁରକ୍ଷା ସରଞ୍ଜାମ ଓ ନିଜକୁ ପ୍ରତିରୋଧ କରିବା ନେଇ ଅଗ୍ନିକ ମାନଙ୍କୁ ସରଞ୍ଜାମ ବଣ୍ଟନ କରାଯାଇଛି ଓ ବନାଗ୍ନିକୁ ଶତପ୍ରତିଶତ ରୋକିବା ପାଇଁ ପ୍ରୟାସ କରିବା ପାଇଁ ନିଜ କୌଶଳ ଦେଖାଇଛନ୍ତି। ନିଆଁ ଦାଉରୁ ଜଙ୍ଗଲ କୁ ସୁରକ୍ଷା ଦେବା ଦିଗରେ ବନପାଳ ଓ ବନରକ୍ଷୀମାନେ ନିଜ ନିଜ ସେକସନ୍ ଓ ବିଟ୍ରେ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବାବଦରେ ବ୍ୟାପକ ସଚେତନତା କାର୍ଯ୍ୟ ଢେଣ୍ଡୁରା, କିଛି କମ ନିଆଁ ଲାଗିଥିଲା ବେଳେ ନିଜ ଉଦ୍ୟମରେ ସାଧନ କରିବା ପାଇଁ ମତ ପ୍ରକାଶ ପାଇଛି।, ନିଆଁ ଦାଉରୁ ଜଙ୍ଗଲ କୁ କିଭଳି ସୁରକ୍ଷା ଦେଇ ହେବ ଓ ନିରାକରଣ ବାବଦରେ ବକ୍ତବ୍ୟ ରଖିଥିଲେ।ଏବଂ ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ଓ ଅନ୍ୟ ଅଧିକାରୀ ମାନେ ଏହି ବନାଞ୍ଚଳର ଦୁର୍ଗମ ଗ୍ରାମ ଭାବେ ପରିଚିତ ମାଧବପୁର ଯାଇ ସେମାନଙ୍କ ପାଇଁ ରାସ୍ତା ଓ ଜୀବିକା ନେଇ ବିଭାଗର ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିବା ସହିତ ସେହିଠାର ସହଵାସୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ।
