ବିପର୍ଯ୍ୟୟ ପରିଚାଳନା ପାଇଁ ସାମୁହିକ ଓ ବ୍ୟକ୍ତିଗତ ସ୍ତରୀୟ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ
ବିପର୍ଯ୍ୟୟ ପରିଚାଳନା ପାଇଁ ସାମୁହିକ ଓ ବ୍ୟକ୍ତିଗତ ସ୍ତରୀୟ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ।କନ୍ଧମାଳ; ୨୩/୦୨/୨୦୨୫ ଫୁଲବାଣୀ ବ୍ଲକ ର କ।ଣୀବ। ଲି ରେ ବିପର୍ଯ୍ୟୟ ପରିଚାଳନା ଆମସବୁ ରାଜ୍ୟ ଓଡିଶା ଦେଶରେ ଆଗରେ ଥିବାବେଳେ ଏବେ ସରକାରଙ୍କ ର ଲକ୍ଷ୍ୟ ରାଜ୍ୟର ସମସ୍ତ ଜନସାଧାରଣ କିପରି ଗ୍ରାମାଚଂଳ ରେ ଘଟୁଥିବା ବିଭିନ୍ନ ବିପଦକୁ ସଠିକ୍ ଭାବରେ ସାମ୍ନା କରି ତାର ସୁପରିଚାଳନା କରପାରିିବେ । ସେଥିନିମନ୍ତେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତି ଯାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ , କନ୍ଧମାଳ ବିପର୍ଯ୍ୟୟ ପରିଚାଳନା ପ୍ରସମନ ବିଭାଗ ଓ କଟକ ର ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରସମନ ବଳ ଙ୍କ ମିଳିତ ସହେଯାଗ ରେ ଫୁଲବାଣୀ ବ୍ଲକ୍ କାଣିବାଲି ଠାରେ ଟିମ୍ କମାଣ୍ଡର ବିନୋଦ କୁମାର ମିନା ଙ୍କ ଅଧ୍ୟକ୍ଷ୍ୟତା ରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣ ଶିବିରରେ ଗ୍ରାମବାସି ଙ୍କୁ ବିଭିନ୍ନ ବିପର୍ଯ୍ୟୟ ସମୟରେ ବିଭିନ୍ନ କୌଶଳ ମାଧ୍ୟମରେ ଯଥା-ପାଣିରେ ବୁଡିଯାଉଥିବା ବେଳେ, ବିଜୁଳି ମାରିବା ସମୟରେ, ଭୂମିକମ୍ପ ସମୟରେ, ସାପ ଦଂଶନ ସମୟରେ, ଛୋଟ ପିଲା କିମ୍ବା ବଡ ଲୋକ ଙ୍କ ଗଳାରେ କିଛି ଦ୍ରବ୍ୟ ଲିଗଗଲା ବେଳେ କିପରି ନିଯକୁ ରକ୍ଷା କରି ପାରିବେ ସେ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲେ । ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞନ କର ଉପସ୍ଥିତ ରହି ଏହି କର୍ମଶାଳା ମାଧ୍ୟମରେ ବିଭିନ୍ନ ବିପଦର ରୂପରେଖ କୁ ବର୍ଣ୍ଣନା କରିବା ସହ କିପରି ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ବିଭାଗ ର ଅଧିକାରୀ, ସ୍ଥାନୀୟ ସ୍ୱେଛାସେବୀ କର୍ମକର୍ତା ଓ ଗାଁ ସ୍ତରରେ ଉପଲବ୍ଧ ସମ୍ବଳ କୁ ବ୍ୟବହାର କରି ବିପଦକାଳୀନ ପ୍ରଶମନ କରିପାରିବେ ତାହାର ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିଥିଲେ । ସ୍ୱାତୀ ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିପର୍ଯ୍ୟୟ ପ୍ରସମନ ବଳ ତରଫରୁ ଆଦିଦାଶ ତ୍ରିପାଠୀ, ମନୋରଞନ ମିଶ୍ର, କ୍ରିଷ୍ଣା ଢାଙ୍କା , ମିକ୍ରମ ସାହୁ ଓ ମୁକେଶ ରାଘବ ପ୍ରମୁଖ ବିଭିନ୍ନ କୌଶଳ ଗ୍ରାମବାସି ଙ୍କ ସମ୍ମୁଖରେ ପ୍ରଦର୍ଶିତ କରି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ୟେଶ୍ୟ ହେଉଛି ଜନସାଧାରଣ ମାନଙ୍କୁ ଛୋଟ ଛୋଟ ଜ୍ଞାନ କୌଶଳ ଶିଖାଇ ବିପଦ ସମୟରେ ମୂଲ୍ୟବାନ ଜୀବନ ବଂଚାଇବା । ସ୍ଥାନୀୟ ପଂଚାୟତ ପ୍ରତିନିଧି ଚନ୍ଦ୍ରାବତୀ ମୁଖୀ ଙ୍କ ସହିତ ୧୦୦ ରୁ ଅଧିକ ପୁରୁଷ ମହିଳା ଯୋଗଦେଇ ପ୍ରଶିକ୍ଷଣ ନେଇଥିବା ବେଳେ ମା ଗୃହ କଟ୍ରିଙ୍ଗିଆ ତରଫରୁ ସସ୍ମିତା ବେହେରା ଓ ଗିତାଞଳୀ ମୁଖୀ ପରିଚାଳନା ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷ ଭାଗରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଙ୍କ ଦ୍ୱାରା ପରିଚାଳିତ ମା ଗୃହ ସେବା ସମ୍ପର୍କିତ ଏକ ଆଲୋଚନା କରାଯାଇ ଆନୁଷ୍ଠାନିକ ପ୍ରସବ କୁ ସୁନିଶ୍ଚିତ କରିବା ପାଇଁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ସୂଚନା ଦିଆଯାଇଥିଲା ।
