ବନଜ୍ୟୋସ୍ନା ସାହିତ୍ୟ ସଂସଦ ର ପଞ୍ଚଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଯାପିତ ।
କନ୍ଧମାଳ ତା ୨୪/୦୨/୨୦୨୫ ଫୁଲବାଣୀ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦର ପଞ୍ଚଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ସ୍ଥାନୀୟ କରୋନେସନ୍ ପଡ଼ିଆରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ନିରୋଦ ଚନ୍ଦ୍ର କହଁର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡଃ ଅରୂପ କୁମାର ଜେନା, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରାଧ୍ୟାପକ ତୀର୍ଥ ଜାନି, ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ସଭପତିତ୍ବ କରିଥିବା ବେଳେ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ଡଃ କାହ୍ନୁ ଚରଣ ଶତପଥୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ମାନେ ଅନୁଷ୍ଠାନର ଦୀର୍ଘ ୩୨ ବର୍ଷ ର କାର୍ଯ୍ୟକ୍ରମ ଏବଂ ପନ୍ଦର ବର୍ଷର ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବର ଆୟୋଜନ ସହଜ ସାଧ୍ଯ ନୂହେଁ ଯାହା ବନ ଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ନିରନ୍ତର ଏବଂ ସୁ ସଙ୍ଗଠିତ ଭାବରେ କରି ଆସୁଛି ବୋଲି ନିଜ ନିଜ ଅଭି ଭାଷଣରେ କହିଥିଲେ l ଉଦଯାପନୀ ଦିବସର ପ୍ରଥମ ପର୍ଯ୍ୟାୟ କନ୍ଧମାଳ ଜିଲ୍ଲା କୁଇ ଭାଷା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଏକ କୁଇ କବି ସମ୍ମିଳନୀ ର ଆୟୋଜନ କରାଯାଇ ଏଥିରେ ୩୦ ଜଣ କୁଇ କବି ପାଠ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କୁଇ ଭାଷା ସାହିତ୍ୟ ସଭାପତି ଦୀନବନ୍ଧୁ କହଁର ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ବନ ଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ର ସଭାପତି ପ୍ରଶାନ୍ତ କୁମାର ବେହେରା ଏବଂ ଡଃ ନିରୋଦ ଚନ୍ଦ୍ର କହଁର କୁଇ ସେବା ସମନ୍ଵୟ ସମିତିର ସମ୍ପାଦକ ଅବନୀ କହଁର ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ l ସଭା ଶେଷରେ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା କୃତି ପ୍ରତିଯୋଗୀମାନଙ୍କୁ ଯଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ କନ୍ୟା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ଶ୍ରେଣୀ ଛାତ୍ରୀ ରୟାଲ ତ୍ରିପାଠୀ ଦେଶାତ୍ମକ ସଂଗୀତ ଗାନ କରି ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୋମନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
