ଜିଲ୍ଲା ଓକିଲ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ

ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ୫୦ ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦିନ ଧରିଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି । କୋର୍ଟ ପରିସରରେ ଆୟୋଜିତ ଉତ୍ସବ ରେ ଜିଲ୍ଲା ଓକିଲ ସଂଘ ସଭାପତି ରବୀନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼ଃ ରମାକାନ୍ତ ଭୋଇ, ଜିଲ୍ଲା ଓକିଲ ସଂଘ ସାଧାରଣ ସମ୍ପାଦକ ନରେଶ ଦାସ, ଉପ ସଭାପତି ସରୋଜ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ନ୍ୟାୟାଳୟ ପକ୍ଷରୁ କିପରି ସାଧାରଣ ଲୋକ ଙ୍କୁ ନ୍ୟାୟ ମିଳେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ନ୍ୟାୟାଳୟ ମଧ୍ୟରେ ଓକିଲ ମାନଙ୍କର ଭୂମିକା ବାବଦରେ ଆଲୋକପାତ କରିବା ସହିତ ଓକିଲ ବନ୍ଧୁ ମାନଙ୍କର କାର୍ଯ୍ୟ କରିବାର ଶୈଳୀ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରାଯାଇଥିଲା । ପରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବରିଷ୍ଠ ଓକିଲ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବ ରେ ଜିଲ୍ଲାର୍ ବିଭିନ୍ନ ଓକିଲ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *