ଅଧିକାରୀ ଓ ଅଧିକାରିଣୀଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ଗୋପ ବାସୀଙ୍କ ମନରେ ଆଶଙ୍କା

ଅଧିକାରୀ ଓ ଅଧିକାରିଣୀଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ଗୋପ ବାସୀଙ୍କ ମନରେ ଆଶଙ୍କା l ( ଗୋପ ରେ ଆଇଟି ରିଟର୍ଣ୍ଣ କରୁଥିବା ବ୍ୟକ୍ତି ହିଁ ରାସନ କାର୍ଡଧାରୀ )ଗୋପ ୨୪/୦୨/୨୫( ତୀର୍ଥ କ୍ଷେତ୍ର) ପୁରୀ ଜିଲ୍ଲାରେ ସଦାସର୍ବଦା ଚର୍ଚିତ ବ୍ଲକ ଟି ହେଉଛି ଗୋପ ବ୍ଲକ l ଏହା ଦୃନୀତି ପେଣ୍ଠସ୍ଥଳୀ ମଧ୍ୟ କୁହାଯାଏ କାହିଁକି ନା ଏଠାରେ କାର୍ଯ୍ୟରତ ଅଧିକାରୀ ଓ ଅଧିକାରିଣୀ ବର୍ଷ ବର୍ଷଧରି ଗୋଟିଏ ସ୍ଥାନରେ ରହି ନିଜର ଆଧିପତ୍ୟ ବସ୍ତାର କରୁଛନ୍ତି l ସ୍ଥାନୀୟ ରାଜନେତା ଓ କିଛି ମୁଷ୍ଟିମେୟ ବ୍ୟକ୍ତି ଙ୍କ ଛତ୍ରଛାୟା ତାଳେ ରହି ଅସାଧ୍ୟ କାର୍ଯ୍ୟ କୁ ସାଧ୍ୟ୍ୟ କରିବାରେ ମାହିର ଅଟନ୍ତି l ସୋମବାର ସକାଳୁ ସକାଳୁ ଗୋପ ବ୍ଲକ ରେ ଦେଖିବାକୁ ମିଳିଥଲା ନାହିଁ ନଥିବା ଭିଡ଼ l ଏ ଭିଡ଼ ସମ୍ପର୍କ ରେ ଆମ ପ୍ରତିନିଧି ଅନୁସନ୍ଧାନ ରୁ ଜାଣିବାକୁ ପାଇଲେ ଯେ ରାସନ କାର୍ଡଧାରୀ ଙ୍କ ଭିଡ଼ ଲାଗିଛି l ସ୍ଥାନୀୟ ଯୋଗାଣ ବିଭାଗୀୟ ଅଧିକାରିଣୀ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡି ଲାଗିଛି l ଘଟଣା ଟି ହେଉଛି ଯେଉଁମାନେ ପୂର୍ବରୁ ରାସନ କାର୍ଡ ର ସୁବିଧା ପାଇଥିଲେ ସେମାନଙ୍କ ମଧ୍ୟ ରୁ ୧୧ ସହ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ନାମରେ ଆଇଟି ରିଟର୍ଣ୍ଣ ଭରିଥିବା ତଥ୍ୟ ବ୍ଲକ ପ୍ରଶାସନ କୁ ହସ୍ତଗତ ହୋଇଛି l ସେମାନଙ୍କ ମଧ୍ୟରୁ ପ୍ରାୟ ୪ ସହ ଜଣ ବ୍ୟକ୍ତିଙ୍କୁ ଗୋପ ବ୍ଲକ ପ୍ରଶାସନ ପକ୍ଷରୁ ନୋଟିସ ପଠାଯାଇଛି l ପର୍ଯ୍ୟାୟ କ୍ରମେ କାର୍ଯ୍ୟାଳୟ ରେ ସେମାନେ ଉପସ୍ଥିତ ହେବାକୁ ନୋଟିସ ରେ ଦର୍ଶାଯାଇଛି l ଅବଶିଷ୍ଟ 6 ସହ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ନୋଟିସ ଜାରି ହୋଇନାହିଁ କାରଣ ବିଡ଼ିଓ ଙ୍କ ସ୍ଵାକ୍ଷର ହୋଇନାହିଁ l ଯେଉଁମାନେ ନୋଟିସ ପାଇଛନ୍ତି ଆଜି ସେମାନଙ୍କ ଭିଡ଼ ଦେଖିବାକୁ ଦେଖିବାକୁ ମିଳିଥିଲା l ବିଡ଼ିଓ ଙ୍କ ଅନୁପସ୍ଥିତ ଯୋଗୁଁ ହିତାଧିକାରୀମାନେ ଯୋଗାଣ ବିଭାଗ ଅଧିକାରିଣୀ ଙ୍କ କାର୍ଯ୍ୟାଳୟ ଓ ଅତିରିକ୍ତ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦରଖାସ୍ତ ହାତରେ ଧରି ଅଭିଯୋଗ କରୁଥିବା ଦୃଶ୍ୟ ଅତ୍ୟନ୍ତ ଦେଖିବାକୁ ମିଳିଥିଲା l ପୂର୍ବରୁ ଯଦିଓ ରାସନ କାର୍ଡ ପାଇଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ କିଏ କୋଉଁ କାର୍ଯ୍ୟ ପାଇଁ ରୁଣ ଆବେଦନ କରିବା ହେତୁ ଗୋଟେ ବର୍ଷ ର ଆଇଟି ରିଟର୍ଣ୍ଣ ଦେଖେଇବାକୁ ପଡିଥିଲା l ଯାହାଫଳରେ କୀ ଆଜି ସରକାର ଙ୍କ ପାଖରେ ସେମାନଙ୍କର ତଥ୍ୟ KYC ଦ୍ଵାରା ଜଣାପଡୁଛି l ଭିଡରେ ଥିବା ବ୍ୟକ୍ତି ଙ୍କ ମଧ୍ୟ ରୁ କେତେକ ମତ ଆଜ୍ଞା ଆମେ ଗୋଟେ ଦୋକାନ କରିବା ପାଇଁ ବ୍ୟାଙ୍କ ଠାରୁ ରୁଣ ଆଣିବାପାଇଁ ଦରଖାସ୍ତ ଦେଇଥିଲୁ l ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ତୁମେ 6 ମାସର ଆଇଟି ରିଟର୍ଣ୍ଣ ଭରିବା କୁ ପଡିବ ତେବେ ଯାଇ ତୁମ ରୁଣ ଗୃହୀତ ହେଵ l ରୁଣ ପାଇବା ଆଶାରେ ରୋଜଗାର ନଥାଉ ପଛେ ଆଇଟି ରିଟର୍ଣ୍ଣ ଶୋ କରିଥିଲୁ ତା ସତ୍ତ୍ୱେ ଆମକୁ ବ୍ୟାଙ୍କ ରୁଣ ଦେଇନାହାନ୍ତି କେତେକଙ୍କ ମତ l କିନ୍ତୁ ଏଵେ ଆମ ଘରକୁ ଏକ ନୋଟିସ ଦେବଫଳରେ ଆମେ ବିଚଳିତ ଅବସ୍ଥାରେ ରହିଛି l ଯେଉଁମାନେ ପ୍ରତିବର୍ଷ ଆଇଟି ରିଟର୍ଣ୍ଣ ଭରୁଥିବେ ତାଙ୍କର ରୋଜଗାର ଥିବା ସେମାନଙ୍କର କଟୁ କିନ୍ତୁ ଆମେ ଆଜ୍ଞା ଦାରିଦ୍ର ସୀମାରେଖା ତାଳେ ବସବାସ କରୁଛ ଆମର କାହିଁକି ରାସନ କାଟିବ ବୋଲି ଜଣେ ସ୍ତ୍ରୀ ଲୋକ ବ୍ଲକ ପରିସରରେ ଭୋ ଭୋ ହୋଇ କାନ୍ଧୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା l ବିଡ଼ିଓ ନଥିବା ହେତୁ ଅତିରିକ୍ତ ବିଡ଼ିଓ ଙ୍କ ଠାରୁ ଦେଖାସ୍ତ ସ୍ଵାକ୍ଷର କାରଇ ଯୋଗାଣ ଅଧିକାରିଣୀ ଙ୍କ କାର୍ଯ୍ୟାଳୟ ରେ ଦେବାକୁ ପଡିଛି l ଯଦିଓ ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ସମୟ ଅଛି ବୋଲି ଯୋଗାଣ ବିଭାଗ ଅଧିକାରିଣୀ କହୁଛନ୍ତି କିନ୍ତୁ ନୋଟିସ ରେ ହାହା ଲେଖା ଯାଇନାହିଁ l ଯାହାଫଳରେ କୀ ରୁଦ୍ରତାପରେ ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏଣୁ ଏଭଳି ସମସ୍ୟାର ସାଧାରଣ କ୍ଷେତ୍ରରେ ଜିଲ୍ଲା ର ମୁଖ୍ୟ ଅଧିକାରୀ ଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଅଟେ l କାରଣ ଗୋପ ବ୍ଲକ ରେ ଥିବା ପ୍ରମୁଖ ଅଧିକାରୀ ଓ ଅଧିକାରିଣୀ କାର୍ଯ୍ୟ ଦକ୍ଷତା କୁ ନେଇ ଆଶଙ୍କାରେ ସମଗ୍ର ଗୋପ ବ୍ଲକ ବାସୀ l କେବେ ହେଵ ସମସ୍ୟାର ସମାଧାନ ?

Leave a Reply

Your email address will not be published. Required fields are marked *