ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ସିଧାସଳଖ ପ୍ରେରଣ କାର୍ଯକ୍ରମ

ଅଦ୍ୟ ତା ୨୪/୨/୨୫ ରିଖ, କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ ପରିସରରେ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି ର ୧୯ ତମ କିସ୍ତି ସହାୟତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ସିଧାସଳଖ ପ୍ରେରଣ କାର୍ଯକ୍ରମ ବିହାରର ଭାଗଲପୁର ରୁ ୱେବ୍ କାଷ୍ଟ ଦ୍ଵାରା ୩୦୦ ରୁ ଉର୍ଦ୍ଧ ଚାଷୀ ଦେଖିଥିଲେ।ଏହି ମହୋତ୍ସବ ରେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର , ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ଉଦବୋଧନ ଦେଇଥିଲେ।ପ୍ରାରମ୍ଭରେ କେବିକେ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୂର୍ୟ ମିଶ୍ର ଅତିଥିମାନଙ୍କୁ ସ୍ଵାଗତ କରିଥିଲେ ଏବଂ ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

ପୁରୀ ଜିଲ୍ଲାରେ ମୋଟ ୧୬୧୦୨୩ ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କା ହିସାବରେ ମୋଟ ବତିଶ କୋଟି କୋଡ଼ିଏ ଲକ୍ଷ ଛ ୟାଳିସ ହଜାର ଟଙ୍କା ଦିଆଗଲା।ଆଗାମୀ ଦିନରେ ଅଧିକରୁ ଅଧିକ ଚାଷୀ କିଭଳି ଏହି ଯୋଜନାରେ ସହାୟତା ପାଇବେ ,ସେଥିପାଇଁ ଯତ୍ନବାନ ହେବାକୁ ଅତିଥିମାନେ କୃଷି ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।କାର୍ଯକ୍ରମ ଟିକୁ ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ କୃଷି ବିଜ୍ଞାନ କେନ୍ଦ୍ର , ସାକ୍ଷୀଗୋପାଳ ମିଳିତ ଭାବେ ପରିଚାଳନା କରିଥିଲେ। ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀମତୀ ମଞ୍ଜୁଳା ତ୍ରିପାଠୀ,ଏ ଡି ଭି ଓ ଡକ୍ଟର ରାଜେଶ କୁମାର ପାଣିଗ୍ରାହୀ, ଆସିଷ୍ଟାଣ୍ଟ ଡାଇରେକ୍ଟର, ମୃତ୍ତିକା ସଂରକ୍ଷଣ ଶ୍ରୀମତୀ ସ୍ଵୟଂ ପ୍ରଭା ଦାସ, ସହକାରୀ ମତ୍ସ୍ୟ ଅଧିକାରୀ ସୁଶ୍ରୀ ଶିବାଙ୍ଗି ପଟ୍ଟନାୟକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *