ମାର୍ଚ୍ଚ 1 ରେ ମହିଳା କ୍ରିକେଟ ଟୁର୍ନାମେଣ୍ଟ

ବ୍ରହ୍ମପୁର 24/2ଗଞ୍ଜାମ ମହିଳା କ୍ରିକେଟ ଏୟସୋସିଏନ ଆନୁକୂଲ୍ୟରେ ଆଲଫା ସ୍ପୋର୍ଟିଙ୍ଗ କ୍ଲୁବ ସହଯୋଗରେ ମାର୍ଚ୍ଚ 1 ଶନିବାର ଦିନ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିଅମ ଠାରେ ଗଞ୍ଜାମ ଓ ପୁରୀ ଜିଲ୍ଲା ମଧ୍ୟରେ ଏକ ବନ୍ଧୁତ୍ୱ ପୁର୍ଣ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ l ଏଥି ନେଇ ଏକ ପ୍ରସ୍ତୁତି ବୈଠକ ହିଲପାଟଣା ସ୍ଥିତ ଏୟସୋସିଏନ କାର୍ଯ୍ୟଳୟରେ ସଭାନେତ୍ରୀ ଶ୍ରୀମତୀ ନିବେଦିତା ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଶ୍ରୀ ସୁଶାନ୍ତ କୁମାର ସାବତ, ମଧୁସୂଦନ ସାହୁ, ଜୟଶ୍ରୀ ପାଣିଗ୍ରାହୀ,ସସ୍ମିତା ସାହୁ, ମମତା ତରାଇ, ଇନ୍ଦ୍ରାଣୀ ସାବତ, ଶର୍ମିଲା ସାହୁ, ପିନାକୀ ରୁଦ୍ର ପ୍ରଧାନ, ସୁଶୀଳା ମଲିକ,ଶ୍ଵେତା ପ୍ରଜ୍ଞା ପଟନାୟକ, ରାଜେନ୍ଦ୍ର କୁମାର ପାଣିଗ୍ରାହୀ, ଦେବସ୍ମିତା ଜେନା, ପ୍ରଭାସିନୀ ପଣ୍ଡା ପ୍ରମୁଖ ଯୋଗଦେଇ ଟୁର୍ନାମେଣ୍ଟ ସଫଳତା ନେଇ ଆଲୋଚନା କରିଥିଲେ l ବହୁ ସଂଖ୍ୟା ରେ ଯୋଗଦେଇ କ୍ରୀଡ଼ାବିତ ଙ୍କୁ ଉତ୍ସାହିତ କରିବା ନିମନ୍ତେ କ୍ଲୁବ ତରଫରୁ ଶ୍ରୀମତୀ ପାଢ଼ୀ ଅନୁରୋଧ କରିଛନ୍ତି l

Leave a Reply

Your email address will not be published. Required fields are marked *