ଶିବରାତ୍ରିରେ କେତକୀ

ଶିବରାତ୍ରିରେ କେତକୀ

ଗୋଲୋକବିହାରୀ ବେହେରା

କେତକୀ ଫୁଲ ଲୋ କେତକୀ ଫୁଲ
ଆଜି ଦେଖେ ତୋର ଅମୂଲ ମୂଲ।
ହଳଦିଆ ରଙ୍ଗ କେଡେ ସୁବାସ
କିଆଠାରୁ ଡେଙ୍ଗା ଗଛରେ ବାସ।
ଶିବଙ୍କ ଆଗେ ମିଛ ସାକ୍ଷୀ ଦେଲୁ
ଅଭିଶାପେ ଅପୂଜିକ ହୋଇଲୁ।
ଅନୁତାପ କରି କ୍ଷମା ମାଗିଲୁ
ଆଶୁତୋଷଙ୍କର ଶରଣ ନେଲୁ।
କ୍ଷମାକଲେ ତୋତେ ଭୋଳା ଶଙ୍କର
ଶିବରାତ୍ରି ଦିନ ତୋର ଆଦର।
ଆଜି ମହାଶିବରାତ୍ରି ଜାଗର
ତୋତେ ନେଇ ଯିବି ଶିବ ମନ୍ଦିର।
ଶିବଙ୍କ ଶିରରେ ଚଢାଇ ଦେବି
ମୋ ଦୁଃଖ ବୃଷଭ କାନେ କହିବି।
ନେବି ଚମ୍ପା ଟଗର କନିଅର
ଗୟସ ଦୁଦୁରା ଓ ନାଗେଶ୍ଵର।
ଧବଳ ଫୁଲ ଶିବଙ୍କର ପ୍ରିୟ
ସୁଖ ଶାନ୍ତି ଦେବେ ମଙ୍ଗଳମୟ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *