ମାସିଆନ୍ ତେଲୁଗୁ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପୁରୀ:୨୫/୨: ମାସିଆନ୍ ତେଲୁଗୁ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଟିକିତାରା ଶିଶୁ ପତ୍ରିକାର ସମ୍ପାଦକ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି A.B.E.O ରତ୍ନାକର ବେହେରା, C.R.C.C ମିନାକ୍ଷୀ ପାଠୀ, ଅନିତା ମିଶ୍ର ବିଦ୍ୟାଳୟ କମିଟିର ସଭାପତି ବାସନ୍ତୀ ରାଓ, ସାହିତ୍ୟିକା ଓ ସମାଜ ସେବିକା ପ୍ରତିଭା ଦାଶ, ଡ. ସସ୍ମିତା ମିଶ୍ର ପ୍ରମୁଖ ଯୋଗଦେଇ କୁନିକୁନି ପିଲାମାନଙ୍କର ବିକାଶ ନିମନ୍ତେ ବାର୍ଷିକ ଉତ୍ସବ କେତେ ଉପାଦେୟ ତଥା ପ୍ରେରଣାଦାୟୀ ସେ କଥା ସୁନ୍ଦର ଉଦାହରଣ ସହ କହିଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଭାଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ଵପ୍ନ କୁମାର ଶତପଥି, ଶିକ୍ଷକ ନିରୋଜ କୁମାର ମହାନ୍ତି, ଓ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *