କୋଟଗୋଡ ବନଗ୍ନୀ ପାଇଁ ବନ ବିଭାଗର ଅଭିଯାନ ପ୍ରୟାସ

କୋଟଗୋଡ ବନଗ୍ନୀ ପାଇଁ ବନ ବିଭାଗର ଅଭିଯାନ ପ୍ରୟାସ । କନ୍ଧମାଳ ତା ୨୫/୦୨/୨୦୨୫ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ରେ ବାନାଗ୍ନୀ କରଣ ପାଇଁ କୋଟଗଡ ବନ ବିଭାଗର ଅଭି ଯାନ ପ୍ରୟାସ ବଳବତ ରହିଛି । ବନଗ୍ନୀ ରୋକିବାକୁ ଖରାଦିନ ପୂର୍ବରୁ ଆଗୁଆ ପଦକ୍ଷେପ ନେଛନ୍ତି ବନବିଭାଗ ର ବାଲିଗୁଡା ଡ଼ି. ଏଫ. ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦେଶ କ୍ରମେ କୋଟଗଡ ବନାଞ୍ଚଳ ଅଧିକାରୀ ଶ୍ରୀ ବାଲଗୋପାଳ ବେହେରା ଙ୍କ ପ୍ରତେକ୍ଷ ତତ୍ଵାବଧନ ରେ କୋଟଗଡ ବ୍ଲକର ଦୂର୍ଗମ ଅଞ୍ଚଳ ଶ୍ରୀରାମପୁର ଓ ସୁବର୍ଣ୍ଣଗିରି ଅଂଚଳରେ ଜନ ସଚେତନତା ସହିତ ଉକ୍ତ ଅଂଚଳରେ ବୈଠକ କରି ସମସ୍ତ ଗ୍ରାମର ବାପା,ମାଆ, ଭାଇ,ଭଉଣୀ ଓ ଗ୍ରାମବାସୀମାନଙ ଙ୍କୁ ଏକାଠି କରି ଡାକି ବସାଇ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡାର କଳାକାର ମାନେ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁ ଥିଲେ।ଯୁବ ନାଟକାର ପ୍ରମଦ କୁମାର ଦଣ୍ଡସେନାଙ୍କ ରଚିତ ଓ ନିର୍ଦ୍ଧେଶନାରେ ସଚେତନଧର୍ମୀ ପଥପ୍ରାନ୍ତ ନାଟକ ଜଳୁଛି ଜଙ୍ଗଲ ବେଶ ହୃଦୟ ସ୍ପର୍ଶୀ ହୋଇଥିଲା।ପଥପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଅଗ୍ନିଶମ ଅଧିକାରୀ ତଥା ବରିଷ୍ଠ ନାଟ୍ୟ ନିର୍ଦେଶକ ଆନ୍ତର୍ଜାମୀ ଖଣ୍ଡଗିରି ଯୋଗଦେଇ ଜଙ୍ଗଲ ନିଆଁକୁ ରୋକିବା ଓ ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିଥିଲେ।ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ ମଧ୍ୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀରାମପୁର ଓ ସୁବର୍ଣ୍ଣଗିରି ଗ୍ରାମରୁ ପ୍ରାୟ ତିନିଶହରୁ ଉର୍ଦ୍ଧ ଲୋକେ ଉପସ୍ଥିତ ରହିଥିଲେ ଏବଂ ଏହି ସଚେତନ କାର୍ଯ୍ୟକ୍ରମରେ ବନ ବିଭାଗର ସମସ୍ତ ଫୋରଷ୍ଟର, ଫୋରଷ୍ଟ ଗାଡ଼ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *