ପ୍ରେସ୍‌ ଲେଖାଥିବା ଗାଡ଼ିରୁ ୫୨୦ଲିଟର ଦେଶୀ ମଦ ଜବତ ଦୁଇ ଗିରଫ

ଯାଜପୁର ଡୋଲିପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ସକାଳେ କୋରାଇ ଥାନା ରଗଡି ଛକରେ ଚଢ଼ଉ କରାଯାଇ ପ୍ରେସ ଲେଖାଥିବା ଗାଡ଼ିରୁ ୫୨୦ ଲିଟର ଦେଶୀ ମଦ ସହିତ ଦୁଇଜଣ ଙ୍କୁ ଗିରଫ କରାଯାଇଛି | ଅବକାରୀ ଅଧିକ୍ଷକ ଦିବ୍ୟ କିଶୋର ତଣ୍ଡେଲ ଓ ଉପଅଧିକ୍ଷିକା ଅନିତା ଓଝା ଙ୍କ ନିର୍ଦ୍ଦେଶ କ୍ରମେ ଡୋଲିପୁର ଅବକାରୀ ବିଭାଗ ଅଧିକାରୀ ଶ୍ରୀକାନ୍ତ ପଣ୍ଡା ସଦଳବଳେ ରଗଡି ଛକରେ ଚଢ଼ଉ କରିଥିଲେ l ଏହି ସମୟରେ ଦୁଇଜଣ ବ୍ୟକ୍ତି କେନ୍ଦୁଝର ଆଡୁ ଏକ କାର ରେ ଦେଶୀମଦ ନେଇ ଦ୍ରୁତ ଗତିରେ ପଳାଇ ଯାଉଥିବା ବେଳେ ପିଛା କରି କାବୁ କରିଥିଲେ l ସେମାନଙ୍କ ନିକଟରୁ ସାତ ଟି ବସ୍ତା ରେ ପଶିଥିବା ୫୨୦ଲିଟର ଦେଶୀ ମଦ ଓ ଗାଡି ଜବତ ହୋଇଛି | ଗିରଫ ବ୍ୟକ୍ତି ହେଲେ ଯାଜପୁର ରୋଡ ଥାନା ମୁଣ୍ଡମାଳ ଅଞ୍ଚଳର ସନ୍ତୋଷ ସାହୁ ଓ ଲକ୍ଷ୍ମୀନଗର ଅଂଚଳର ଜ୍ୟୋତିର୍ମୟୀ ରଥ l ସେମାନଙ୍କ ବିରୋଧରେ ଅବକାରୀ ଆଇନ ଧାରା ୨୭୦/୨୪-୨୫ରେ ଏକ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି l ଚଢ଼ଉରେ ଏ.ଏସ.ଆଇ ରଶ୍ମିରେଖା ଜେନା, ସୁଚିତ୍ରା ନାୟକ, ମାଳତୀ ମାଝୀ ଓ ଚଗୁଲୁ ମଲ୍ଲିକ ସାମିଲ ଥିଲେ |

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *