ହିନ୍ଦୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନାଭାବବିହ୍ୱଳ ହେଲା ସ୍କୁଲ୍ ପରିବେଶ

କାକଟପୁର,୨୮.୦୨- ପୁରୀ ଜିଲ୍ଲା କାକଟପୁର ବ୍ଲକ ଚିତ୍ରେଶ୍ବରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ନିମାପଡ଼ା ବ୍ଲକ୍ ଡେଣୁଅ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମହାରଣାଙ୍କୁ ଶୁକ୍ରବାର ଚିତ୍ରେଶ୍ବରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଚିତ୍ରେଶ୍ବରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ ଓ ଚିତ୍ରେଶ୍ବରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ମାନଙ୍କ ସହଯୋଗରେ ମହା ଆଡ଼ମ୍ବରରେ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଚିତ୍ରେଶ୍ବରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ବରାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଜେନା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ଜେନା, ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ଜେନା, କାକଟପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସ୍ବାଇଁ, ଅବସରପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ ପଙ୍କଜିନି ଦେଈ, ସାଧନ କେନ୍ଦ୍ର ସଂଯୋଜକ ଜଟାଧାରୀ ଦାସ, ଭାଟବନ୍ଧ ସ୍କୁଲ୍ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ସାହୁ, ଭିଲିଗ୍ରାମ ସ୍କୁଲ୍ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାୟକ, ବାଲିଦୋକାନ ପ୍ରଧାନ ଶିକ୍ଷକ କୈଳାସ ରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ପଣ୍ଡା, ଦିଘାଲୋ ପୁର୍ବତନ ଶିକ୍ଷକ କୈଳାସ ସାହୁ,

ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ବାସୁଦେବ ସାହୁ, ଅବସରପ୍ରାପ୍ତ ଶିକ୍ଷକ ନଟବର ସ୍ବାଇଁ, କିଶୋର ଓଝା, ଗୌର ଚନ୍ଦ୍ର ବିଶ୍ବାଳ, ଏକାଦଶୀ ବେହେରା ପ୍ରମୁଖ ଯୋଗଦେଇ ଅବସର ନେଇଥିବା ହିନ୍ଦୀ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାରଣାଙ୍କ ଶିକ୍ଷକତା ଜୀବନର ଅତୀତ ଘଟଣାକୁ ମନେ ପକାଇବା ସହ ଆଗମୀ ଜୀବନ କିପରି ମଙ୍ଗଳମୟ ହେବ ସେ ନେଇ ନିଜର ମତ ପୋଷଣ କରି ସମସ୍ତେ ଭାବ ବିହ୍ବଳ ହୋଇ ପଡ଼ିଥିଲେ। ଯାହା ଫଳରେ ସ୍କୁଲ୍ ପରିବେଶ ହେଲା ଭାବବିହ୍ୱଳ । ପରେ ପରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ, ଅଧ୍ୟୟନ ରତ ଛାତ୍ରଛାତ୍ରୀ, ସାଥି ଶିକ୍ଷକ ଓ ଶିକ୍ଷାବିତ୍ ମାନେ ଶ୍ରୀଯୁକ୍ତ ମହାରଣାଙ୍କୁ ଉତ୍ତରୀୟ, ମାନପତ୍ର ସହ ଅନେକ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରତାପ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସଭାପତି ସଦାଶିବ ବୀଣାକର, ପୁରାତନ ଛାତ୍ର ସଭାପତି ବିପିନ ବିହାରୀ ସ୍ବାଇଁ, ବିଦ୍ୟାଳୟ ଶିକ୍ଷୟତ୍ରି ଲିଲି କୁମାରୀ ନାୟକ, ଲିଯା ପରିଡ଼ା, ସସ୍ମିତା ପୃଷ୍ଟି, ଦୀପ୍ତି ଖାଟୋଇ, ପ୍ରଗତି ମହାନ୍ତି, ଶିକ୍ଷକ ଲିଙ୍ଗରାଜ ଭର୍ତା, ପ୍ରଶାନ୍ତ ସେଠୀ, ଓ ଗୋପୀନାଥ କିସ୍କୁ ଙ୍କ ସମେତ ସମସ୍ତ କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ପରି ଶେଷରେ ଡିଜେ ବଜାଇ ବାଣ ଫୁଟାଇ ଛାତ୍ର ଛାତ୍ରୀ ମାନେ ନାଚି ନାଚି ଅବସର ଶିକ୍ଷକ ପ୍ରତାପ ସାରଙ୍କୁ ସୁସଜ୍ଜିତ କାରରେ ବସାଇ ତାଙ୍କର ବାସସ୍ଥାନ ଓଷଳଙ୍ଗ ଗ୍ରାମରେ ଛାଡିଥିଲେ।

Leave a Reply

Your email address will not be published. Required fields are marked *