ରାସାୟନିକ ବିପର୍ଯ୍ୟୟ ପ୍ରଶମନ ମୁକାବିଲା

ରାଜ୍ୟର ୧୬ ଟି ଜିଲ୍ଲାର ୨୪ଟି ଶିଳ୍ପାନୁଷ୍ଠାନଠାରେ ମକ୍ ଏକ୍ସରସାଇଜ ଅନୁଷ୍ଠିତଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୫: ରାସାୟନିକ ବିପର୍ଯ୍ୟୟର ମୁକାବିଲା ଓ ଏହି ଭଳି ଆପଦକାଳୀନ ସ୍ଥିତିର ସାମ୍‌ନା କରିବା ପାଇଁ ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ୧୬ ଜିଲ୍ଲାର ୨୪ଟି ଶିଳ୍ପାନୁଷ୍ଠାନଠାରେ ମକ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇଛି ।ଏହି ମକ୍ ଏକ୍ସରସାଇଜ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଶିଳ୍ପ ଅନୁଷ୍ଠାନଗୁଡ଼ିକରେ ଯଦି ଭବିଷ୍ୟତରେ କୌଣସି ପ୍ରକାର ରାସାୟନିକ ଗ୍ୟାସ୍ ଲିକ୍ ହୁଏ, ବିସ୍ଫୋରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦୁର୍ଘଟଣା ଘଟିଲେ ତାହାକୁ ତ୍ଵରିତ ବେଗରେ ପ୍ରଭାବଶାଳୀ ଢଙ୍ଗରେ କିପରି ପ୍ରଶମନ କରାଯାଇପାରିବ ସେ ସଂପର୍କରେ ସତର୍କ ଓ ପ୍ରସ୍ତୁତ ରହିବା ଦରକାର, ଏହା ହେଉଛି ସେହି ସଂପର୍କିତ ଏକ ଜରୁରୀକାଳୀନ ତାଲିମ । ଏଥିରେ ଜିଲ୍ଲା ପ୍ରଶାସନ, ଶିଳ୍ପ ସଂସ୍ଥା, ଜାତୀୟ ଓ ରାଜ୍ୟସ୍ତରୀୟ ଉଦ୍ଧାରକାରୀ ଦଳ, ସ୍ୱେଚ୍ଛାସେବୀ ଓ ପ୍ରଭାବିତ ହେବାକୁ ଥିବା ଜନସାଧାରଣ ସମସ୍ତେ ଏହି ଭଳି ପ୍ରାକ୍ ପ୍ରସ୍ତୁତିରେ ସାମିଲ ହୋଇଥିଲେ ।ଏହି ମକ୍ ଏକ୍ସରସାଇଜରେ ଜରୁରୀକାଳୀନ ପ୍ରତିକ୍ରିୟାକୁ ଶୃଙ୍ଖଳି

ତ କରିବା, ଖାଲିଥିବା ସ୍ଥାନ ଚିହ୍ନଟ କରିବା, ପ୍ରାରମ୍ଭିକ ଚେତାବନୀ, ସତର୍କତା, ନିରାପତ୍ତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶିଳ୍ପାନୁଷ୍ଠାନଗୁଡ଼ିକର ଗଚ୍ଛିତ ରାସାୟନିକ ପଦାର୍ଥ ଏବଂ ବିପଜ୍ଜନକ ଓ ଦହନଶୀଳ ସାମଗ୍ରୀଗୁଡ଼ିକ ଏହି ଆଧାରରେ ଚିହ୍ନଟ କରି ମକ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିଲା । ଆପଦକାଳୀନ ପରିସ୍ଥିତିର ସାମ୍‌ନା କରିବାର ପ୍ରସ୍ତୁତି ସ୍ଵରୂପ ନିକଟସ୍ଥ ଗ୍ରାମବାସୀମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଏନ୍‌ଡିଆରଏଫ୍, ଓଡ୍ରାଫ୍, ସିଆଇଏସଏଫ୍, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ଶିଳ୍ପାନୁଷ୍ଠାନ, ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ, ଡାକ୍ତରୀ ଦଳ, ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧ ଏହି ଭଳି ପ୍ରାକ୍ ପ୍ରସ୍ତୁତିରେ ସାମିଲ ହୋଇଥିଲେ । ଏହା ସହ ଫ୍ୟାଟ୍ରି ଓ ବଏଲର ନିର୍ଦ୍ଦେଶାଳୟ, ରାଜ୍ୟ ପ୍ରଦୂଷଣ ବୋର୍ଡ, ଭାରତୀୟ ସେନା, ବାୟୁସେନା, ନୌସେନା, ସିଆଇଏସ୍ଏଫ୍ ଭଳି ସଂଗଠନରୁ ରାଜ୍ୟସ୍ତରୀୟ ବୈଷୟିକ ପର୍ଯ୍ୟବେକ୍ଷକମାନଙ୍କୁ ନିୟୋଜିତ କରାଯାଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ପକ୍ଷରୁ ଅବସରପ୍ରାପ୍ତ କମାଣ୍ଡାଣ୍ଟ ଶ୍ରୀ ଆଦିତ୍ୟ କୁମାର ରାଜ୍ୟ ଜରୁରୀକାଳିନ ଅପରେସନ ସେଣ୍ଟରଠାରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟଳୟର ଅଧିକାରୀମାନଙ୍କ ସହିତ ଏହି ମକ ଏକ୍ସରସାଇଜ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଏହି ମକ୍ ଏକ୍ସରସାଇଜ୍ ସମାପ୍ତ ହେବା ପରେ ଭୁବନେଶ୍ଵର ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରଠାରେ ଆଭାଷୀ ମାଧ୍ୟମରେ ଆୟୋଜିତ ବୈଠକରେ ୧୬ ଜିଲ୍ଲା ପ୍ରଶାସନର ଅଧିକାରୀ, ଚିହ୍ନଟ ଶିଳ୍ପାନୁଷ୍ଠାନଗୁଡ଼ିକର ପ୍ରତିନିଧି, ମନୋନୀତ ଇନସିଡେଣ୍ଟ କମାଣ୍ଡର ଓ ବୈଷୟିକ ପର୍ଯ୍ୟବେକ୍ଷକମାନେ ଏହି ପ୍ରାକ୍ ପ୍ରସ୍ତୁତି ସଂପର୍କରେ ନିଜ ନିଜର ମତ ଓ ଅନୁଭୂତି ଏବଂ ପ୍ରସ୍ତାବ ଆଗତ କରିଥିଲେ । ଏହି ବୈଠକରେ ଅତିରିକ୍ତ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପଦ୍ମନାଭ ବେହେରା ଅଧ୍ୟକ୍ଷତା କରିଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ, ଏହି ମକ୍ ଏକ୍ସରସାଇଜରୁ ମିଳିଥିବା ଅଭିଜ୍ଞତା ଆଧାରରେ ଆଗାମୀ ଦିନରେ ରାସାୟନିକ ବିପର୍ଯ୍ୟୟ ପ୍ରଶମନ ମୁକାବିଲା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ।ବିଭୂତି ନାୟକ ଲୋକ ସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *