ଯାଜପୁର ଜିଲ୍ଲାର ନବ ନିଯୁକ୍ତ ନୋଟାରୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର ଜିଲ୍ଲାର ନବ ନିଯୁକ୍ତ ନୋଟାରୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ଯାଜପୁର ଜିଲା ଟ୍ୟାକ୍ସ ବାର ଆସୋସିଏସନ ଆନୁକୂଲ୍ୟ ରେ ଶୁକ୍ରବାର ସାଧାରଣ ପରିଷଦ ବୈଠକ ଓ ଜିଲ୍ଲାର ନବ ନିଯୁକ୍ତ ନୋଟାରୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ୟାସନଗର ସହରର ହୋଟେଲ ରୟାଲ୍ କଳିଙ୍ଗ ପରିସରରେ ବାର ଆସୋସିଏସନ ସଭାପତି ବିବେକାନନ୍ଦ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ଉପ ସଭାପତି ଧନେଶ୍ଵର ବାରିକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶର୍ମା, ପୂର୍ବତନ ସଭାପତି ଅଜୟ କୁମାର ବିଶ୍ବାଳ, ମାନସ ରଞ୍ଜନ ସାମଲ ପ୍ରମୂଖ ଉପସ୍ଥିତ ରହି ଓକିଲାତି ଏକ ଗୌରବମୟ କାର୍ଯ୍ୟ ବୋଲି କହିଥିଲେ l ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନୋଟାରୀ ଭାବେ ନବ ନିଯୁକ୍ତ ସର୍ବଶ୍ରୀ ବରିଷ୍ଟ ଓକିଲ ତଥା ଯାଜପୁର ରୋଡ଼ ବାର ଆସୋସିଏସନ୍ ର ଜଗନ୍ନାଥ ପ୍ରସାଦ ପତି , ବ୍ୟାସନଗର ବାର ଆସୋସିଏସନ୍ ର ସୁବାସ ବଳ ସାମନ୍ତ , ଟ୍ୟାକ୍ସ ବାର ଆସୋସିଏସନ୍ ର ଅଶୋକ କୁମାର ଶର୍ମା, ନିରଞ୍ଜନ ବେହେରା ଙ୍କୁ ସଂଘ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ଓ ବରିଷ୍ଟ ସାମ୍ବାଦିକ ଅଭିମନ୍ୟୁ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।
ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
