ସରକାରୀ ଜମିକୁ ଜବର ଦଖଲ ଉଛେଦ ଦାବିକଲେ ମନ୍ଦିର ସଂଘ ।

କନ୍ଧମାଳ ଜିଲ୍ଳା ତା ୨୮/୦୨/୨୦୨୫ ରିଖ।କୋଟଗଡ଼ ତହସିଲ ର ଠାକୁରାଣୀ ମନ୍ଦିର ନିକଟରେ ଥିବା ସରକାରୀ ଜମିକୁ କିଛି ଲୋକ ଜବର ଦଖଲ କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ଠାକୁରାଣୀ କମିଟି ତରଫରୁ ଏକ ଲିଖିତ ଅଭିଯୋଗ ସ୍ଥାନୀୟ ତହସିଲଦାର ଉପେନ୍ଦ୍ର ଲୁହା ଙ୍କୁ ଦାବି ପତ୍ର ଦିଆଯାଇଥିଲେ ସୁଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ଆଜି ବଜାର କମିଟି, ମାଣିକେଶ୍ବରୀ କମିଟି, ପୂଜା କମିଟି ଓ ଠାକୁରାଣୀ କମିଟି ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦେଇଥିଲେ l କୋଟଗଡ଼ ଦୋକାନ ବଜାର ବନ୍ଦ ରହିବା ସହ ରାଜ୍ୟ ରାଜପଥ ବାଲିଗୁଡା ଠାରୁ ମୁନିଗୁଡା କୁ ସଂଯୋଗ କରୁଥିବା ଏସ ଏଚ -୫ ରାସ୍ତା ଅଭରୋଧ ଟେଣ୍ଟ ମାରି ବସିବା ସମୟରେ କୋଟଗଡ଼ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ରାଜ ରାସ୍ତା ଅବରୋଧ ଓ ଟେଣ୍ଟ କୁ ହଟେଇ ଥିଲେ l କିଛି ସମୟ ପାଇଁ ପୋଲିସ ଓ ଧାରଣା କାରୀଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ଲାଗିଥିଲା l ଠିକ ସେହି ସମୟରେ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ପହଁଞ୍ଚି ଘଟଣା ର ଅନୁଦ୍ୟାନ କରିଥିଲେ l କିଛି ସମୟ ପରେ ଉପ ଜିଲ୍ଲାପାଳ ରିନା ପ୍ରଧାନ ପହଞ୍ଚି ଗୁଡିସାହି ର ପେଟ୍ରାଲ ପମ୍ପ ସାମ୍ନା କୁକୁଡ଼ା କାଟୁ ଥିବା ଜମି, ଲାସେରୀ ର ମଧ୍ୟ୍ୟ ପେଟ୍ରୋଲ ପମ୍ପ ତିଆରି ଜମି, ଆଦିବାସୀ ପଡ଼ିଆ ଜମି ଜବର ଦଖଲ ଉଛେଦ କରି ସର୍ବସାଧାରଣ ଜମି ରୂପେ ରଖାଯାଉ l ସେଥିରେ ସରକାରୀ ସ୍କୁଲ, ମେଡିକାଲ, କଲେଜ କରାଯାଉ ବୋଲି ଦାବି କରିଛନ୍ତି ମୁକ୍ତି ପ୍ରସାଦ ପାତ୍ର l

Leave a Reply

Your email address will not be published. Required fields are marked *