ଯାତନାର ରାତି ପାହେ ସାନ୍ତ୍ବନାର ଛାଇ ଦେଖି
ଯାତନାର ରାତି ପାହେ ସାନ୍ତ୍ବନାର ଛାଇ ଦେଖି
◆ ତାରାପ୍ରସାଦ ଜେନା ◆
ଯାତନାର ରାତି ପାହେ ସାନ୍ତ୍ବନାର ଛାଇ ଦେଖି
କେମିତିକା ମଣିଷଟେ କରିଲନି ଆଉ ସୁଖୀ
………….ଯାତନାର ରାତି ପାହେ
ସାନ୍ତ୍ବନାର ଛାଇ ଦେଖି ! ୦ !
ରାତି କୋଳେ ଜହ୍ନ ହସେ
ଥଟ୍ଟା କରି ମୋତେ ଏବେ
ଫଗୁ ବୋଳା ପବନଟା
ଛୁଇଁବନି ଆଉ ଭାବେ
ନିରିମମ ହେଇଗଲ ଡାକିଲନି ବାରେ ସଖୀ
………….ଯାତନାର ରାତି ପାହେ
ସାନ୍ତ୍ବନାର ଛାଇ ଦେଖି ! ୧ !
ସଜ ମନ ମୋହ ମାୟା
ପଡ଼ିବିନି ଯେତେ ହେଜେ
ସେତେ ସେତେ ଏଇ ମନ
ଗୋଟା ପଣେ ଭାରି ଖୋଜେ
ଏତେ ଭଲ ମଜା ଥିଲା ଲୁହ ଭରେ ଦୁଇ ଆଖି
ପଣତଟା ଅଧା ଓଦା, ଲୁହ ପୁଣି ଓଠ ଚାଖି
………….ଯାତନାର ରାତି ପାହେ
ସାନ୍ତ୍ବନାର ଛାଇ ଦେଖି ! ୨ !

ରାଜ ରଣପୁର, ଜିଲ୍ଲା-ନୟାଗଡ଼,
ପିନ୍-୭୫୨୦୨୬, ଓଡ଼ିଶା
ଦୂରଭାଷ- ୯୩୪୮୦୫୪୩୦୦
