୨୫ ବର୍ଷୀୟ ପୁଅ ଜଗବନ୍ଧୁ ପଲେଇ ଙ୍କ ଉପରେ ଏସିଡ ମାଡ

ଭଦ୍ରକ ଜିଲ୍ଲା ନାୟକାଣିଡିହ ଥାନା ଲଷ୍ମୀଦାସପୁର ଗ୍ରାମପଂଚାୟତ ରାମଚନ୍ଦ୍ରପୁର ଗ୍ରାମରେ ସନାତନ ପଲେଇଙ୍କ ୨୫ ବର୍ଷୀୟ ପୁଅ ଜଗବନ୍ଧୁ ପଲେଇ ଙ୍କ ଉପରେ ଏସିଡ ମାଡ। ରାତି ତିନିଟା ବେଳେ ଘରେ ସୋଇଥିବା ବେଳେ ମୁହଁ ଉପରେ ଏସିଡ ଢାଳିଦେଲେ ଦୃର୍ବୁତ୍ତ। ଚିତ୍କାର ଶୁଣି ଘର ଲୋକ ଆସିବା ପୂର୍ବରୁ ଏସିଡ ମାଡ଼ କରି ଦୂର୍ବୁତ୍ତ ଫେରାର। ଗୁରୁତର ଆହତ ଜଗବନ୍ଧୁ ଙ୍କୁ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିିକିତ୍ସା ପରେ କଳିଙ୍ଗ ହସ୍ପିଟାଲ କୁ କରାଯାଇଛି ସ୍ଥାନାନ୍ତର। ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଏସିଡ ପୀଡିତ ଜଗବନ୍ଧୁ।ଘଟଣା ସ୍ଥଳରେ ନାୟକାଣୀଡିହ ପୋଲିସ୍ ଓ ବାସୁଦେବପୁର ସଦର ଏସ ଡି ପି ଓ ପହଞ୍ଚି ଚଳାଇଛନ୍ତି ତଦନ୍ତ। କେଉଁ କାରଣରୁ ଏସିଡ ମାଡ଼ ହୋଇଛି ତାହା ଅଦ୍ୟାବଧି କାରଣ ଅସ୍ପଷ୍ଟ।ବଢ଼ି ଚାଲିଛି ନାୟକାଣୀଡିହ ଥାନା ଅଞ୍ଚଳରେ ହତ୍ୟା ଲୁଣ୍ଠନ ଓ ରାହାଜାନି। ନାୟକାଣିଡ଼ିହ ପୋଲିସ ର କାର୍ଯ୍ୟ କଳାପ କୁ ନେଇ ବଢୁଛି ଅସନ୍ତୋଷ।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *