ଜଗତସିଂହପୁର ଠାରେ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ କୁ ନେଇ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ସହ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ , ଜିଲ୍ଲା ସଭାପତି ପ୍ରତପ କୁମାର ମିଶ୍ର, ଯୁବ ନେତା ସତ୍ୟ ସାରଥୀ ମହାନ୍ତି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି ପ୍ରମୁଖ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବଜେଟ ଉପରେ ଆଲୋକପାତ କରିଥିଲେ । ଏହି ବଜେଟ ଚଳିତ ବର୍ଷ ଲୋକାଭିମୁଖୀ ବଜେଟ ହୋଇଛି । ବିଶେଷ କରି ସାଧାରଣ ବର୍ଗ ର୍ ଲୋକମାନେ ଏହା ଦ୍ୱାରା ଉପକୃତ ହେବା ସହିତ ମଧ୍ୟବିତ୍ତ ପରିବାର ମଧ୍ୟ ଏହି ବିଜେଟ ଲୋକପ୍ରିୟ ହୋଇ ପାରିଛି । ଏହି ବଜେଟ ଚାଷୀ ଙ୍କ ଉପରେ ଅଧିକ ଗୃରୁତ୍ବ ଦେବା ସହିତ ନିଜେ କିପରି ଲାଭବାନ ହୋଇ ପାରିବ ଓ ଓଡ଼ିଶା ରାଜ୍ୟ କିପରି ଅନ୍ୟ କେଉଁ ରାଜ୍ୟ ନିର୍ଭର କରିବ ନାହିଁ ସେ ନେଇ ଏହି ବଜେଟ ଲୋକମାନଙ୍କ ବିଜେଟ ହୋଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଚଳିତ ଏକ ଲକ୍ଷ 75 ହଜାର ମେଟ୍ରିକ ଟନ ଆଳୁ ଉତ୍ପାଦନ ପାଇଁ ଚାଷୀଙ୍କୁ ଆଳୁ ମଞ୍ଜି ଯୋଗାଇ ଦେବା ସହିତ କୋଲଷ୍ଟର ର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁ
