ସ୍ବର୍ଗତ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ ଙ୍କୁ ଅଶ୍ରୁ ଶ୍ରଦ୍ଧାଞ୍ଜଳୀ ।
କନ୍ଧମାଳ ତା ୦୧/୦୩/୨୦୨୫ ଫୁଲବାଣୀ ସହର ସ୍ଥାନୀୟ ମ।ଦିକୁ ନ୍ଦା ଛକ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ସ୍ବର୍ଗତ ମୃତ୍ୟୁଞ୍ଜୟ ନାୟକଙ୍କ ଦ୍ଵାଦଶ ଦିବସ ରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀ ଚନ୍ଦ୍ର ଶେଖର ପରିଡ଼ା, ନଗର ସଭାପତି ଶ୍ରୀ ଶିବ ଶଙ୍କର ବେହେରା ଓ ଜିଲ୍ଲାର କଂଗ୍ରେସ ଦଳର ବରିଷ୍ଠ କର୍ମ କର୍ତ୍ତା ଓ ସ୍ବର୍ଗତ ନାୟକଙ୍କ ପରିବାର ସଦସ୍ୟ ଶ୍ରୀ ମତୀ ମିନତି ପାଣିଗ୍ରାହୀ (ଧର୍ମ ପତ୍ନୀ) ପୁଅ ସିଗ୍ଧା ଅଭିନ।ସ୍, ଝିଅ ମ।ମି ନାୟକ, ଓ ପରିବାର ବଡ଼ ଭଣଜା ତଥ। ବରିଷ୍ଟ ସାମ୍ବାଦିକ ସନ୍ତୋଷ ଦିଗା ଲ ,ପ୍ରକାଶ ନାୟକ ଉଦ୍ୟମରେ ଏକ ଅଶ୍ରୁ ଶ୍ରଦ୍ଧାଞ୍ଜଳି ସଭା ଆୟଜନ୍ କରାଯାଇ ଥିଲା । ଉକ୍ତ ସଭାରେ ସମସ୍ତ ରାଜନୈତିକ ଦଳର ବରିଷ୍ଠ ନେତ୍ରୁବର୍ଗ ମାନେ ଯଥା ପୂର୍ବତନ ଜାତୀୟ କଂଗ୍ରେସ ଦଳର ବିରୋଧୀ ଦଳ ବା ବର୍ତ୍ତମାନ ଜିଯୁଜନତ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂହ, କଂଗ୍ରେସ ର ପୂର୍ବତନ ସାଂସଦ ରାଧାକାନ୍ତ ଦିଗ।ଲ, ପୂର୍ବତନ ବିଧାୟକ ଶ୍ରୀ ଅଭିମନ୍ୟୁ ବେହେରା, କନ୍ଧମାଳ ଜିଲ୍ଲା ଟାଣୁଆ ଆଦିବାସୀ ନେତା ଶ୍ରୀ ଲମ୍ବଧର୍ କହଁର ,ପୂର୍ବତନ ଜନତାଦଳର ସାଂସଦ ତଥା ବର୍ତ୍ତମାନ କଂଗ୍ରେସ ଦଳର ଆଗଧାଡିର ନେତା ନକୁଳ ନାୟକ, ପୂର୍ବତନ ବିଯୁଜନତ।ଦଳର ଫୁଲବାଣୀ ବିଧାୟ କ ଶ୍ରୀ ଦେବେନ୍ଦ୍ର କହଁର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଭାରତୀୟ ଜନତା ପାର୍ଟି ର ବର୍ତ୍ତମାନ ବିଧାୟକ ଉମ।ଚରଣ ମଲିକ୍,ଟାଣୁଆ ନେତା ନେତ୍ର ମହନ ମ।ନ୍ ସେଟ୍, ଭଗବାନ ମହାନ୍ତି, ସଂଜିତ୍ ମଣ୍ଡଳ, ଚନ୍ଦ୍ର ପଣ୍ଡା, ବିଭିନ୍ନ ରାଜନୈତିକ ଦଳର ଏକ ହଜାରରୁ ଅଧିକ ସଦସ୍ୟ ଏହି ଅଶ୍ରୁ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରି ସ୍ବର୍ଗତ ନାୟକଙ୍କ ପରିବାର ବର୍ଗ କୁ ସନ୍ତାନ ଦେବା ସହିତ ପରିବାର ର ଶୁଭକାମନା କରିଥିଲେ ।ଏହିଠାରେ ଆଦିବା ସୀ ନେତା ଶ୍ରୀ ଲମ୍ବଧର୍ କହଁର ସ୍ବର୍ଗତ ନାୟକଙ୍କ ଗୁଣ ଗାନ କରି ସେ ଜଣେ ,ସାହସୀ ଓ ଟାଣୁଆ ନେତା ଥିବା କଥା କହିଥିଲେ ।

ବିଯେପିର ଟାଣୁଆ ନେତା ଶ୍ରୀ ରାମ ବିଶି ଦିଗାଲ ସ୍ବର୍ଗତ ନାୟକଙ୍କୁ ବ୍ଲ।କ ଟାଇଗର ବ ଲି ତାଙ୍କରି କ।ର୍ଯ୍ୟ ଶୈଳୀଙ୍କୁ ପ୍ରଶଂସା କରିଥିଲେ ।ଶ୍ରୀ ଭୂପିନ୍ଦ୍ର ସିଂହ ସେ ୧୯୮୦ ମସିହାରେ ଯୁବ କଂଗ୍ରେସ ର ଯୁବସଭ। ପତି ଥିଲେ ।ସେହିଠାରୁ ସେ୧୯୮୦ ରୁ ୧୯୮୫ ପ୍ରଥମେ ଏବର କନ୍ଧମାଳ ଓ ପୂର୍ବର ଫୁଲବାଣୀ ସାଂସଦ ହିସାବରେ ତିନିଥର ଯଥା ୧୯୮୫ ରୁ୧୯୯୧ ଓ୧୯୯୧ ରୁ ୧୯୯୬ ଏହିପରି ତିନିଥର ଫୁଲବାଣୀ ସାଂସଦ ହିସାବରେ ନିର୍ବାଚିତ ହୋଇ ତାଙ୍କରି ନିର୍ବ।ଚନୀ ମଣ୍ଡଳୀରେ ବିଭିନ୍ନ ଉନ୍ନତିମୂଳକ କାମ କରିଥିଲେ ସେଥି ମଧ୍ୟରୁ ଫୁଲବାଣୀ ସଞ୍ଜୟ ସ୍ମୁତି ମହିଳା ମହାବିଦ୍ୟାଳୟ, ଜିଲ୍ଲା ରେ ଏକ ମାତ୍ର ଆଇ, ଟି,ଆଇ , ପିଲାସଲୁଙ୍କି ଦ୍ୟାମ୍, କନ୍ଧମ। ଳ ଜିଲ୍ଲାରେ ପ୍ରତି ବ୍ଲକ ରେ ଓ ପଞ୍ଚାୟତରେ କଲେଜ, ଟିକାବାଲି M,C,S ଜିଲ୍ଲା ପାଇଁ ଉନ୍ନତି ମୂଳକ କାମ କରି ଆଜି ଜନ ସାଧାରଣ ଗହଣରେ ଜୀବିତହୋଇ ଅଛନ୍ତି ।ଶ୍ରୀ ଶିବ ଶଙ୍କର ବେହେରା ସ୍ବର୍ଗତ ନାୟକ କେନ୍ଦ୍ର ରେ ଜାତୀୟ ଅନୁସୂଚିତ ଜାତି ଓ ଜନ ଜାତିଙ୍କ ୨୦୧୬ ରୁ୨୦୧୮ ଯାଏଁ ସଦସ୍ୟଥିବ। କହିଥିଲେ ।ଶ୍ରୀ ନାୟକ ଜଣେ ଜିଲ୍ଲାର ନିଷ୍ଟା ପର, ପରପକ।ରି, ସଚ ଟ୍ଟ ଓ ଅନଭିଜ୍ଞ ନେତା ଥିବା କଥା ସାଧାରଣ ଲକଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ଅଶ୍ରୁ ଶ୍ରଦ୍ଧାଞ୍ଜଳି ସଭାରେ ଏହି ଠାରେ ହଜାର ହଜାର ରାଜନେତା, ଦଳ ବଳ ନିର୍ବିଶେଷରେ ସମସ୍ତ ନେତ୍ରୁ ମଣ୍ଡଳୀ, ବୁଦ୍ଧିଜୀବୀ, ଆଇନଜୀବୀ, ବରିଷ୍ଟ ନାଗରିକ, ଓ ସାଧାରଣ ଜନତା ଙ୍କ ଲକା ରଣ୍ୟ ଦେଖିବାକୁ ମିଳିଥିଲା l
