ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ରଘୁନାଥପୁର ପଞ୍ଚାୟତ ସମିତିର ସ୍ବତନ୍ତ୍ର ଅଧିବେଶନ

ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ରଘୁନାଥପୁର ପଞ୍ଚାୟତ ସମିତିର ସ୍ବତନ୍ତ୍ର ଅଧିବେଶନ। ରଘୁନାଥପୁର,୨୮/୨() ରାଜ୍ୟ ସରକାରଙ୍କର ପ୍ରାୟୋଜିତ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶାର ସଫଳ ରୂପାୟନ ପାଇଁ ଶୁକ୍ରବାର ଦିନ ରଘୁନାଥପୁର ବ୍ଲକର ସଭାଗୃହରେ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରାଙ୍କ ସଭାପତିତ୍ବରେ ୧୯ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଗୁଡିକର ବିକାଶ ପାଇଁ ବ୍ଲକକୁ ସମୁଦାୟ ୨କୋଟି ୩୦ଲକ୍ଷ ୭ହଜାର ଟଙ୍କା ଅନୁଦାନ ରାଶି ଆସିଥିବା ବେଳେ ଲୋକସଂଖ୍ୟା ଅନୁଯାୟୀ ବଣ୍ଟନ ପ୍ରକ୍ରିୟାରେ ଅଢେଇକୁଳ ପଞ୍ଚାୟତକୁ ୯ଲକ୍ଷ,ବରାଗୋଳକୁ ୯ଲକ୍ଷ, ବିଦ୍ୟାଧରପୁରକୁ ୯ଲକ୍ଷ, ଛପଡ଼ାକୁ ୧୫ଲକ୍ଷ ୩୪ହଜାର,ଚିକିଣିଆକୁ ୯ଲକ୍ଷ, ଧରାଧରପୁରକୁ ୧୧ଲକ୍ଷ ୬୧ହଜାର, ଏରଡଙ୍ଗକୁ ୧୧ଲକ୍ଷ ୨୪ହଜାର, ଗୁଆଳିପୁରକୁ ୧୧ଲକ୍ଷ ୮୮ହଜାର, ଜଗନ୍ନାଥପୁରକୁ ୧୪ଲକ୍ଷ ୫୧ହଜାର,ଜଇଶୋଳକୁ ୯ଲକ୍ଷ, ପୁରୁଣା ବସନ୍ତକୁ ୯ଲକ୍ଷ,ପୁରଣ ଓଡ଼ପଡ଼ା କୁ ୯ଲକ୍ଷ,ରାଢଙ୍ଗକୁ ୯ଲକ୍ଷ, ରଘୁନାଥପୁର ପଞ୍ଚାୟତକୁ ୧୩ଲକ୍ଷ ୧୨ହଜାର,ରେଢୁଆକୁ ୧୧ଲକ୍ଷ ୮ହଜାର,ସାଦେଇପୁରକୁ ୧୦ଲକ୍ଷ ୭୭ହଜାର, ତଅଁରାକୁ ୯ଲକ୍ଷ ୬୨ହଜାର, ତାରାପୁରକୁ ୧୧ଲକ୍ଷ ୩ହଜାର ଓ ତରିକୁନ୍ଦ ପଞ୍ଚାୟତକୁ ୧୦ଲକ୍ଷ ୭୩ହଜାର ଟଙ୍କା ଅନୁଦାନ ରାଶି ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି ଏହି ସଭାରେ ଏବିଡିଓ ଜ୍ଞାନଦା ନାୟକ ପ୍ରକାଶ କରିଥିଲେ। ପଞ୍ଚାୟତରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ପାଇଁ ଉକ୍ତ ଅନୁଦାନ ରାଶିର ସଠିକ୍ ଉପଯୋଗ ର ନିୟମାବଳୀକୁ ଜିପିଇଓ ସ୍ମାରକ ରଂଜନ ମହାନ୍ତି ପଢି ଶୁଣାଇ ଥିଲେ। ଏତେ ସ୍ବଳ୍ପ ଅନୁଦାନ ରାଶିରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ କିପରି କରାଯିବ ବୋଲି ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉତ୍ତରରେ ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ଗୁଡିକରେ ନିହାତି ଆବଶ୍ୟକ କାର୍ଯ୍ୟ ଗୁଡିକ କରାଯିବ ଏବଂ ଗ୍ରାମସଭାରେ ଆଗତ ହୋଇଥିବା କାର୍ଯ୍ୟ ଗୁଡିକ ପର୍ଯ୍ୟାୟ କ୍ରମେ କରାଯିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ଯୋଗାଇ ଦିଆଯିବ ବୋଲି ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଯୋଗଦେଇ କହିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ,ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟା ରୀନାରାଣୀ ମଲ୍ଲିକ ଓ ଇତିଶ୍ରୀ ମଲ୍ଲିକ, ବିଡିଓ ବିରେଞ୍ଚି ନାରାୟଣ ବେହେରା, ଅତିରିକ୍ତ ତହସିଲଦାର ତପନ କୁମାର ପରିଡା,କ୍ୟାସିୟର ଭବେଶ ବେହେରା, ବିପିଏଲ ଲିପିକା ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।

ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ ରଘୁନାଥପୁର

Leave a Reply

Your email address will not be published. Required fields are marked *