ଚୌକି ଦିବସ ୨୦୨୫ ମହାସମାରୋହରେ ପାଳିତ

ଅଦ୍ୟ ତା ୧.୦୩.୨୦୨୫ ରିଖ ଶନିବାର ସକାଳ ୧୦ ଘଣ୍ଟା ସମୟରେ ଛତ୍ରପୁର ବ୍ଲକ ଭିକରିପଲ୍ଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମୀୟପଲ୍ଲି ଗ୍ରାମ ସ୍ଥିତ ସମର୍ଥ ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ଆବାସିକ ବିଦ୍ୟାଳୟ ରେ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଚକଳଗା ଚୌକି ଦିବସ ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି ।ମହାସଂଘ ର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଡକ୍ତର କେ ଆନନ୍ଦ ରାଓଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡାକ୍ତର ଅଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ wheel chair ଟୀଏ ଭିନ୍ନକ୍ଷମ ଲୋକମାନଙ୍କ ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ଜୀବନ ବଞ୍ଚିବାର ଆଶା ବାଡି ଭଳି କାମ କରେ ବୋଲି ମତ ବ୍ୟକ୍ତ କରିବା ସହ ଜଣେ ଭିନ୍ନକ୍ଷମ ଲୋକ କୁ ଚକଲଗା ଚୌକି ବା wheel chair ମିଳିବା କାହାର ଦୟା ନୁହ ବରଂ ଏହା ସେଇ ଭିନ୍ନକ୍ଷମ ଲୋକର ଅଧିକାର ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା ଯୋଗଦେଇ ଭିନ୍ନକ୍ଷମ ଲୋକ ମାନଙ୍କ ପ୍ରତି ଥିବା ବିଭିନ୍ନ ସରକାରୀ ଯୋଜନା ଗୁଡିକ ଉପରେ ଉପସ୍ଥିତ ଭିନ୍ନକ୍ଷମ ଲୋକ ମାନଙ୍କୁ ବୁଝାଇଥିଲେ ସମ୍ମାନିତ ଅତିଥି ଭାବେ ସମର୍ଥ ଆବାସିକ ବିଦ୍ୟାଳୟ ର ବରିଷ୍ଟ ଶିକ୍ଷକ ଶ୍ରୀ ଶଙ୍କର ମହାନ୍ତି ଯୋଗ ଦେଇ ଭିନ୍ନକ୍ଷମ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ।ପୂର୍ବରୁ କରାଯାଇଥିବା ଚକଲଗ ଚୋକି ଦୌଡ଼ ପ୍ରତିଯୋଗିତା ତଥା ଚିତ୍ରାଙ୍କନ୍ ଓ ସଙ୍ଗୀତ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଭିନ୍ନକ୍ଷମ ଲୋକ ମାନଙ୍କୁ ମୁଖ୍ୟଅତିଥି ଓ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯିବା ସହ ପାଞ୍ଚଜଣ ଭିନ୍ନକ୍ଷମ ଲୋକଙ୍କୁ ଚକଲାଗା ଚୌକି ପ୍ରଦାନ କରାଗଲା।ମହାସଂଘ ର ସାଧାରଣ ସମ୍ପାଦକ ତଥା ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ବ କରୁଥିବା ବିଶିଷ୍ଟ ସମାଜସେବୀ ଡାକ୍ତର କେ ଆନନ୍ଦ ରାଓ ଭିନ୍ନକ୍ଷମ ଲୋକମାନଙ୍କ ଅଧିକାର ଓ ଏହା ଭିନ୍ନକ୍ଷମ ଲୋକମାନଙ୍କ ପାଖରେ ନ ପହଞ୍ଚିବାର କାରଣ ସହ ଏହାର ନିରାକରଣ ଉପରେ ମଧ୍ୟ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ସମସ୍ତ ପ୍ରତିଯୋଗିତା କୁ ସମର୍ଥ ର ବରିଷ୍ଟ ଶିକ୍ଷକ ଶ୍ରୀ ଶଙ୍କର ମହାନ୍ତି ପରିଚାଳନା କରିଥିବା ବେଳେ ଆଜି ଦିନରସମସ୍ତ କାର୍ଯ୍ୟ କ୍ରମ କୁ ଶ୍ରୀ ମହେନ୍ଦ୍ର ଶତପଥୀ,S ରଜେଶ୍ୱରି ରେଡ୍ଡୀ,ରିନା ସାହୁ ଓ ରିନା ସ୍ୱାଇଁ ସହଯୋଗିତା କରି ଥିଲେ।ଶେଷରେ ଅଧ୍ୟକ୍ଷତା କରୁଥିବା ଶ୍ରୀଯୁକ୍ତ ରାଓ ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତଙ୍କୁ ସୁସ୍ୱାଦୁ ଭୋଜନ ରେ ଆପ୍ୟାୟିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *