ରୋଟାରୀ ଗଭର୍ଣ୍ଣର ନିମନ୍ତେ ରୋ ଇନ୍ଦ୍ରଜିତ ସାହୁଙ୍କ ପ୍ରାର୍ଥୀ ପତ୍ର ଦାଖଲ

ରୋଟାରୀ ଗଭର୍ଣ୍ଣର ନିମନ୍ତେ ରୋ ଇନ୍ଦ୍ରଜିତ ସାହୁ ଆଜି ଭଦ୍ରକ ରୋଟାରୀ କ୍ଳବ୍ ର ସମସ୍ତ ସଦସ୍ୟଙ୍କ ସହିତ ପ୍ରାର୍ଥୀପତ୍ର ଭୁବନେଶ୍ୱର ରୋଟାରୀ ଗଭର୍ଣ୍ଣର ଙ୍କ ଅଫିସ ରେ ଦାଖଲ କରି ଅଛନ୍ତି।ଭଦ୍ରକ ରୋଟାରୀ କ୍ଲବ ପ୍ରତିଷ୍ଠା ହେବାର ୫୩ ବର୍ଷ ପରେ ପ୍ରଥମ ଥର ପାଇଁ ରୋ ଇନ୍ଦ୍ରଜିତ ସାହୁଙ୍କୁ ଭଦ୍ରକ ରୋଟାରୀ କ୍ଳବ୍ ପ୍ରାର୍ଥୀ ହେବାପାଇଁ ସର୍ବସମ୍ମିକ୍ରମେ ନିଷ୍ପତ୍ତି ନିଆ ଯାଇଅଛି।ରାଜ୍ୟ ରୋଟାରୀ ଡ଼ିଷ୍ଟ୍ରିକ୍ଟ ୩୨୬୨ ର ଏହି ମର୍ଯ୍ୟାଦା ପୂର୍ଣ୍ଣ ପଦବୀରେ ଶ୍ରୀ ସାହୁ ନିର୍ବାଚନ ଜିତି ରୋଟାରୀ ୨୭-୨୮ ବର୍ଷ ପାଇଁ ଗଭର୍ଣ୍ଣର ଭାବେ ନିର୍ବାଚିତ ହେବା ପାଇଁ ବହୁ ଶୁଭେଚ୍ଛୁ ବିଭିନ୍ନ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା କରିଛନ୍ତି।

Leave a Reply

Your email address will not be published. Required fields are marked *