ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଭଦ୍ରକ ନଗରର ସ୍ୱାମୀ ବିବେକାନନ୍ଦ ପ୍ରଭାତ ଶାଖା ପକ୍ଷରୁ ବାର୍ଷିକ ଉତ୍ସବ
ରବିବାର ଦିନ ଭଦ୍ରକ ସହରସ୍ଥିତ ଅସ୍ତଳ କ୍ଷେମ ସାଗର ମଠ ପଡ଼ିଆଠାରେ ଅନୁଷ୍ଠିତ ଏହି ଉତ୍ସବରେ ଭଦ୍ରକ ନଗର ବିବେକାନନ୍ଦ ପ୍ରଭାତ ଶାଖାର ସମସ୍ତ ସ୍ୱୟଂ ସେବକ ଅଂଶଗ୍ରହଣ କରିଥିଲେ l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଧାମନଗର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ମନମୋହନ ମିଶ୍ର, ମୂଖ୍ଯ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ-ପ୍ରାନ୍ତ କାର୍ଯ୍ୟବାହ, ଓଡ଼ିଶା ପୂର୍ବ ପୂର୍ବ ପ୍ରାନ୍ତ ରବି ନାରାୟଣ ପଣ୍ଡା, ଭଦ୍ରକ ନଗର ସଂଘଚାଳକ ଡାକ୍ତର ସୁଧୀର ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ଶାଖା ପ୍ରମୁଖ ମଦନ ମୋହନ ବାରିକ ଏବଂ ଶାଖା ଗଣଶିକ୍ଷକ ରାଜେନ୍ଦ୍ର ଦାସଙ୍କ ଉପସ୍ଥିତିରେ ଉତ୍ସବ ପରିଚାଳିତ ହୋଇଥିଲା lମୁଖ୍ୟଅତିଥି ଡଃ ମିଶ୍ର ତାଙ୍କ ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂସ୍ଥାପକ ଡକ୍ଟର କେଶବ ବଳିରାମ ହେଡ଼ଗେୱାରଙ୍କ ନେତୃତ୍ୱରେ କିପରି ପ୍ରତିଷ୍ଠା ହୋଇଥିଲା ଏବଂ ଶାଖା କିପରି ବିସ୍ତାରିତ ହୋଇଥିଲା ସେ ସମ୍ପର୍କରେ ତଥ୍ୟ ସମ୍ବଳିତ ସୂଚନା ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ସଂଘର ସହ ପ୍ରାନ୍ତ କାର୍ଯ୍ୟବାହ ରବି ନାରାୟଣ ପଣ୍ଡା ସମଗ୍ର ଭାରତରେ ସଂଘର ବିସ୍ତାର ଯୋଗୁଁ ମହାନ ହିନ୍ଦୁ ସଂସ୍କୃତି ପରମ୍ପରା କିପରି ସୁରକ୍ଷିତ ରହିଛି ତଥା ରାଷ୍ଟ୍ର ନିର୍ମାଣରେ ସଂଘର ଗୁରୁତ୍ୱ ସମ୍ପର୍କରେ ବିଷଦ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ lଉତ୍ସବରେ ସ୍ୱୟଂ ସେବକମାନେ ସାମୂହିକ ସଙ୍ଗୀତ, ଓଡ଼ିଆ ସୁଭାଷିତ, ସଂସ୍କୃତ ଶୁଭାଷିତ, ଦଣ୍ଡ କୌଶଳ, ଏବଂ ଦୈନିକ ଦିନଚର୍ଯ୍ୟାରେ ସୂର୍ଯ୍ୟନମସ୍କାର, ନ୍ୟୁଦ୍ଧ, ସମତା ତଥା ଯୋଗର ବିଭିନ୍ନ ବ୍ୟାୟାମ ପରି ବିଭିନ୍ନ ଶାରୀରିକ କୌଶଳ ପ୍ରଦର୍ଶନ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୈରିକ ଧ୍ୱଜ ଉତ୍ତୋଳନ ସହିତ ଡକ୍ଟର କେଶବ ବଳିରାମ ହେଡ଼ଗେୱାର, ଗୁରୁଜୀ ସଦାଶିବ ମାଧବ ଗୋଲୱାଲକର ଏବଂ ମା ଭାରତୀଙ୍କ ଫଟୋରେ ପୁଷ୍ପମାଲ୍ୟ ବନ୍ଦାପନା କରାଯାଇଥିଲା l
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ
