ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ”

“ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ””ପୂର୍ବ ସରକାର ଙ୍କ ନିଷ୍ପତ୍ତି କୁ କାର୍ଯ୍ୟକାରୀ କରୁନି ନୁଆଁ ସରକାର,ଛଟେଇ ବନ୍ଦ ନ କଲେ, ଆନ୍ଦୋଳନ କୁ ଓଲ୍ହାଇବ ମହାସଂଘବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ର ସମସ୍ତ ବିଭାଗ ର ସବୁ ବର୍ଗର ଆଉଟସୋରସିଂ କର୍ମଚାରୀ ସଂଘ ମାନଙ୍କ ତରଫରୁ ଆଜି ସ୍ଥାନୀୟ ଗେଟବଜାର ସ୍ଥିତ ଏନଜିଓ ହଲ ରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକ ଙ୍କ ସଭାପତିତ୍ବ ରେ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକ ରେ ଆଗାମୀ ରାଜ୍ୟ ସ୍ତରୀୟ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ସରକାର ଯଦି ଦାବୀ ନ ମାନନ୍ତି ତେବେ ସମସ୍ତ ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟାବନ୍ଦ ଆନ୍ଦୋଳନ କୁ ଓଲ୍ହାଇବାକୁ ବାଧ୍ୟ ହେବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି I ପୂର୍ବରୁ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଦ୍ୱାରା ପୂର୍ବ ସରକାର ଙ୍କ ସହ ଲଢେଇ ଫଳ ରେ ମିଳିଥିବା କିଛି ଦାବୀ ଗୁଡିକୁ ବର୍ତ୍ତମାନ ର ସରକାର ଏ ପର୍ଯ୍ୟନ୍ତ ଲାଗୁ କରି ପାରି ନାଁହାନ୍ତି I ଏପରିକି ନୁଆଁ ସରକାର ଆସିବା ଦ୍ୱାରା ରାଜ୍ୟ ରେ ଅନେକ କର୍ମଚାରୀ ଙ୍କୁ ଚାକିରୀ ରୁ ଛଟେଇ କରାଯାଉଛି I ବାରମ୍ବାର ଦାବୀ ସତ୍ତ୍ୱେ ସରକାର କୌଣସି ସମାଧାନ ର ରାସ୍ତା ବାହାର କରି ପାରୁ ନାଁହାନ୍ତି I

ଯାହାକୁ ନେଇ ପୁଣି ଆନ୍ଦୋଳନ କୁ ଓଲ୍ହାଇବାକୁ ସବୁ କର୍ମଚାରୀ ସଂଘଠନ ମାନେ ସଜାଗ ହେଲେଣି I ଉକ୍ତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ କର୍ମଚାରୀ ସଂଘ ମାନଙ୍କର ସମସ୍ୟା ଗୁଡିକ ଉପସ୍ଥାପିତ ହୋଇଥିବା ବେଳେ, ବିଭିନ୍ନ ବିଭାଗ ରେ ଏଜେନ୍ସି ଠିକାଦାର ପରିବର୍ତ୍ତନ ହେଲେ କର୍ମଚାରୀ ଙ୍କ ଛଟେଇ କରାଯାଉଛି ଯାହାକୁ ମହାସଂଘ ତରଫରୁ ନିନ୍ଦା କରାଯିବା ସହ ପୁନଃ ନିଯୁକ୍ତି ଦାବୀ କରାଯାଇଛି I ନୂତନ ସଂସ୍ଥା ଓ ପ୍ରଶାସନ ଦ୍ୱାରା ବେଆଇନ ଲକ୍ଷାଧିକ ଆର୍ଥିକ କାରବାର କରି ନୂତନ କର୍ମଚାରୀ ଙ୍କ ନିଯୁକ୍ତି କରାଯାଉଛି ଯାହା ବେଆଇନ ତେଣୁ ନିଯୁକ୍ତି ବନ୍ଦ କରି ଅଭିଜ୍ଞତା କୁ ପ୍ରାଥମିକତା ଦେବା ସହ ଏଭଳି ଦୁର୍ନୀତି କୁ ରୋକ ଲଗାଇବାକୁ ମହାସଂଘ ଦାବୀ ରଖିଛି I ଚାକିରୀ ର ସୁରକ୍ଷା ସହିତ ବର୍ତ୍ତମାନ ର ବଜାର ଦର ଅନୁସାରେ ଦରମା ପ୍ରଦାନ,ଇପିଏଫ/ଇଏସଆଇ ର ସଠିକ ପୈଠ ଆଦି ଦାବୀ ମଧ୍ୟ ରଖାଯାଇଛି I ଏଥିସହିତ ନିର୍ବାଚନ ପ୍ରରିପ୍ରେକ୍ଷୀ ରେ ପୂର୍ବ ସରକାର ଙ୍କ ଦ୍ୱାରା ମହାସଂଘ ର ବିଭିନ୍ନ ଦାବୀ ଯଥା 25 ପ୍ରତିଶତ ଦରମା ବୃଦ୍ଦି, 05 ବର୍ଷୀଆ ଅଭିଜ୍ଞତା ଭିତ୍ତିକ ଦରମା ବୃଦ୍ଧି, ବାର୍ଷିକ 12 ଟି ଛୁଟି, ମାତୃତ୍ୱ କାଳୀନ ଛୁଟି ସହ ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କ ସମସ୍ୟା କୁ ଦୃଷ୍ଠି ଦେବାପାଇଁ ଜିଲ୍ଲା ସ୍ତର ରେ ନୋଡାଲ ଅଫିସର ଓ ରାଜ୍ୟ ରେ ଜଣେ ଲୋକପାଳ ଙ୍କ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଉ ନାହିଁ I ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ରେ ଥିବା ସମୟ ରେ ଏହି ଆଉଟସୋରସିଂ କର୍ମଚାରୀ ଙ୍କ ସମସ୍ୟା କୁ ନେଇ ବିଧାନସଭା ରେ ବିରୋଧି ସ୍ୱର କୁ ଶାଣିତ କରୁଥିଲେ କିନ୍ତୁ ବର୍ତ୍ତମାନ ଆମ ସମସ୍ୟା କୁ ଭୁଲିଯାଇଥିବା ବେଳେ ମହାସଂଘ ସହ ଆଲୋଚନା ପାଇଁ ମଧ୍ୟ ସମୟ ଦେଉ ନାହାନ୍ତି I ଆଜିର କାର୍ଯ୍ୟକ୍ରମ ରେ ମହସଙ୍ଘ ର ଉପଦେଷ୍ଠା ଭାଲଚନ୍ଦ୍ର ଷଡ଼ଙ୍ଗୀ,ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ପ୍ରଶାନ୍ତ ମହାରଣା, ମେଡିକାଲ କର୍ମଚାରୀ ନେତ୍ରୀ ରାଧିକା ବିଷୋୟୀ,ସୂର୍ଯ୍ୟ ନାରାୟଣ ବେହେରା, ପ୍ରେମାନନ୍ଦ ସାହୁ, ଶଶାଙ୍କ ପଣ୍ଡା, ସୁରକ୍ଷା କର୍ମଚାରୀ ନେତା ବିଚିତ୍ର ସାହୁ, ସଫେଇ କର୍ମଚାରୀ ସଂଘ ତରଫରୁ ଆଶୁତୋଷ ଘଡ଼ାଇ, ନମିତା ନାୟକ,ପୌର କର୍ମଚାରୀ ସଂଘ ପକ୍ଷରୁ ମାଧୁରୀ ନାୟକ, ଧରିତ୍ରୀ ନାୟକ ଙ୍କ ସହ 41 ଟି ବିଭାଗ ର କର୍ମଚାରୀ ସଂଘ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *