ବଟେଶ୍ୱର ଉଚ୍ଚ ବିଦ୍ୟାଳୟ ୧୯୯୬ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ

କୋଣାର୍କ ନିକଟସ୍ଥ ବାଲିଦୋକନ ବଟେଶ୍ୱର ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ୧୯୯୬ ମସିହା ମାଟ୍ରିକ୍ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ଚନ୍ଦ୍ରଭାଗା ବେଳାଭୂମି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦୀର୍ଘ ୨୯ ବର୍ଷ ପୂର୍ବର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇ ଅଂଶଗ୍ରହଣକାରୀ ବନ୍ଧୁ ଓ ବାନ୍ଧବୀ ମାନେ ଭାବ ବିହ୍ବଳ ହୋଇଥିଲେ । ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପାଠ ପଢ଼ିବାର ସୁଯୋଗ ପାଇଥିବା ଅଧିକାଂଶ ବନ୍ଧୁ ପିଲାଦିନ ଠାରୁ ଆରମ୍ଭକରି ଛାତ୍ର ଜୀବନର ଘଟି ଯାଇଥିବା ଅନେକ ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିବା ସହ ବାର୍ଦ୍ଧକ୍ୟ ଜୀବନ ପର୍ଯ୍ୟନ୍ତ ବନ୍ଧୁତ୍ୱତାକୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ । ନିଜ ପରିବାର ,ପିତାମାତା , ସମାଜ ଓ ରାଷ୍ଟ୍ର ଧର୍ମ ପାଳନ ପାଇଁ ସମସ୍ତେ ବଦ୍ଧପରିକର ହୋଇଥିଲେ । ଏଥିସହ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ବନ୍ଧୁ ଓ ବାନ୍ଧବୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଶ କରିଥିଲେ । ବନ୍ଧୁମାନଙ୍କ ସୁବିଧା ଅସୁବିଧାରେ ପରସ୍ପର ସହଯୋଗର ହାତ ବଢ଼ାଇବା ପାଇଁ ବନ୍ଧୁମାନେ ନିଷ୍ପତି ନେଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ସ୍ୱାଇଁ , ଅମୂଲ୍ୟ ମହାନ୍ତି, ବିଭୂତି ଭୂଷଣ ମହାନ୍ତି , ସଞ୍ଜୟ କୁମାର ବିଶ୍ବାଳ, ଯୁବରାଜ ମହାନ୍ତି ,ବିମଳ ପାଇକରାୟ, ବିରଞ୍ଚି ମାହାନ୍ତି, ପବିତ୍ର ବିଶ୍ଵାଳ, ମାନସ ବିଶ୍ବାଳ, କଲ୍ୟାଣୀ କର, ସ୍ୱପ୍ନାରାଣୀ ପାଢ଼ୀ, ସୁମିତ୍ରା ପଣ୍ଡା , କନକ ବିଶ୍ବାଳ ଓ ଅନ୍ୟ ବନ୍ଧୁ ବାନ୍ଧବୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *