ବସ ସହିତ ବାଇକ ମୁଁହା ମୁହିଁ ଧକ୍କା

-କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବାଉଁଶପାଳ ଠାରେ ଏକ ବସ ସହିତ ବାଇକ ର ଧକ୍କା ହେବାରୁ ବାଇକ ଆରୋହୀ ଗୁରତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବାର ଜଣାଯାଇଛି l ବାଉଁଶପାଳ ଗ୍ରାମର ଫକୀରମୋହନ ଷେଣ୍ଢ ଏକ ବାଇକ ରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସରକାରୀ ବସ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ଫକୀର ଗୁରୁତର ଭାବେ ଆହତ ହୋଇ ପଶିଥିଲେ l ପାଖରେ ଥିବା କେତେକ ଲୋକ ଫକୀର ଙ୍କୁ ତୁରନ୍ତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି l

Leave a Reply

Your email address will not be published. Required fields are marked *