ବରିଷ୍ଠ ନାଗରିକଙ୍କ ସମ୍ମାନ ପାଇଁ ରେଡ଼ିଓ ନମସ୍କାରର ପ୍ରୟାସ

ବରିଷ୍ଠନାଗରିକଙ୍କ ସମ୍ମାନ ଆମର ଦାୟିତ୍ବ ।ବରିଷ୍ଠ ନାଗରିକଙ୍କ ସମ୍ମାନ ପାଇଁ ରେଡ଼ିଓ ନମସ୍କାରର ପ୍ରୟାସ।କୋଣାର୍କ – ୨/୦୩ , ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ, ଭାରତ ସରକାର ତଥା ଜାତୀୟ ଗୋଷ୍ଠୀ ବେତାର ମହାସଂଘର ମିଳିତ ଆନୁକୁଲ୍ୟରେ ଶନିବାର ଦିନ କାନାରା ବ୍ୟାଙ୍କ୍, କୋଣାର୍କ ଠାରେ ଅଟଳ ଭାୟୋ ଅଭ୍ୟୋଦୟ ଯୋଜନା ଉପରେ ଆଧାରିତ ସ୍ବତନ୍ତ୍ର କାର୍ଯକ୍ରମର ଆୟୋଜନ କରାଯାଇଥିଲା । ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନା ଗୁଡିକ ବିଷୟ ରେ ଅବଗତ କରାଇବା ଏହି କାର୍ଯକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପେକ୍ଷି ରେ କାନାରା ବ୍ୟାଙ୍କ୍ ତରଫରୁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ କାନାରା ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀ ମାନେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଥିଲେ କୋଣାର୍କ NAC ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, କୋଣାର୍କ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ନରେନ୍ଦ୍ର ପାତ୍ର , ଉପ-ସଭାପତି ହରିଶ ଚନ୍ଦ୍ର ଦାଶ , କାନାରା ବ୍ୟାଙ୍କ୍ ଶାଖା ପରିଚାଳକ ମନୋଜ ପ୍ରଭାକର, ଏକ୍ସିକୁଟିଭ ଦୁର୍ଗା ଚରଣ ଚାଟାର୍ଜୀ, ଫିଲ୍ଡ ଅଫିସର୍ ରାକେଶ କୁମାର ଦାସ ଓ ରେଡିଓ ନମସ୍କାର କାର୍ଯ୍ୟନିର୍ବାହୀ ଅଧିକାରୀ ରୋଜାଲିନ ପ୍ରଧାନ ପ୍ରମୁଖ ଯୋଗ ଦେଇ ସମସ୍ତ ଯୋଜନା ସମ୍ବନ୍ଧୀୟ ବିଭିନ୍ନ ବିଷୟ ରେ ଆଲୋଚନା କରିଥିଲେ, ଉପସ୍ଥିତ ବରିଷ୍ଠ ନାଗରିକମାନେ ଏଭଳି କାର୍ଯ୍ୟକ୍ରମ ବ୍ୟାଙ୍କ ରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବାରୁ ନିଜର ଖୁସି ବ୍ୟକ୍ତ କରିଥିଲେ । ଦେୟମୁକ୍ତ ନମ୍ୱର୍ ୧୪୫୬୭ ସଂପର୍କରେ ଜାଣି ଏହି ଫୋନ୍ ନମ୍ୱର୍ ତାଙ୍କ ପାଇଁ ବହୁତ ଉପଯୋଗୀ ବୋଲି କହିଥିଲେ । ରେଡିଓ ନମସ୍କାର ରେ ବିଭିନ୍ନ ଯୋଜନା ଏବଂ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସରକାରୀ ଯୋଜନା, ସାମାଜିକ ନ୍ୟାୟ, ଆତ୍ମ ସ୍ୱାଭିମାନ, ସମ୍ମାନ ରକ୍ଷା, ସୁରକ୍ଷା, ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ ରେ ଥିବା ବରିଷ୍ଠ ନାଗରିକମାନଙ୍କ ସଙ୍ଘ, ବିଭିନ୍ନ ସଙ୍ଗଠନ ଏବଂ ସେମାନଙ୍କ ପରିବାର ଲୋକମାନଙ୍କୁ “ଅଭୟ” ଯୋଜନା ସମ୍ପର୍କ ରେ ସଚେତନତା କରାଯିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା କୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ କରାଯାଇଥିବା ରେଡିଓ ନମସ୍କାର ର ଅଭିନବ ପ୍ରୟାସ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା ଏବଂ ଆଗକୁ ଏଭଳି କାର୍ଯ୍ୟକ୍ରମ କଲେ ଲୋକେ ଆହୁରି ସଚେତନ ହୋଇପାରିବେ ବୋଲି ବିଭିନ୍ନ ନାଗରିକ ମଞ୍ଚ ପକ୍ଷରୁ ମତ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମ କୁ ରେଡିଓ ନମସ୍କାର ର ସଂଯୋଜିକା ଏସ କାଜଲ୍, ଅନୁପ ସାହୁ, ବିଶ୍ବରଂଜନ ବିଶ୍ଵଶ୍ରୀ, ରାନୁ ସେଠୀ, ବୈଶାଖୀ ଗୁରୁ, ଋତୁରାଜ ସ୍ୱାଇଁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *