ଅଗ୍ନିକାଣ୍ଡ ରେ ଦୁଇ ବଖରା ଘର ସମେତ ଆସବାବପାତ୍ର ପୋଡି ପାଉଁଶ

**ଯାଜପୁର, ବ୍ୟାସନଗର, ଖଣ୍ଡାହତା ଗାଁ ସ୍ଥିତ ଜଗନ୍ନାଥ ସାହିର ରଘୁଆ ମୁଣ୍ଡା ଙ୍କ ଘରେ ଅଗ୍ନିକାଣ୍ଡ, ଦୁଇ ବଖରା ଘର ସମେତ ଆସବାବପାତ୍ର ପୋଡି ପାଉଁଶ ହୋଇଯାଇଛି l ସୂଚନା ଅନୁଯାୟୀ ଆଜି ରଘୁଆ ମୁଣ୍ଡା ଓ ତାଙ୍କ ପତ୍ନୀ କାମକୁ ଯାଇଥିବା ସମୟରେ ହଠାତ ତାଙ୍କ ଘରେ ନିଆଁ ଲାଗି ଯାଇଥିବା ତାଙ୍କ ପଡୋଶୀ ଖବର ଦେଇଥିଲେ l ଖବର ପାଇ ରଘୁଆ ତୁରନ୍ତ ଘର ପାଖରେ ପହଂଚି ନିଆଁ କୁ ଲିଭେଇବା ପାଇଁ ଚେଷ୍ଟା କରିଥିଲେ l ପରେ ସ୍ଥାନୀୟ ଲୋକେ ଯାଜପୁର ରୋଡ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତକୁ ନେଇ ଥିଲେ l ଏହି ଅଗ୍ନିକାଣ୍ଡ ଫଳରେ ଦୁଇ ବଖରା ଘର ସମେତ ଘର ଭିତରେ ଥିବା ସମସ୍ତ ଆସବାବପାତ୍ର ପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି l ସେପଟେ ଏହି ଖବର ପାଇ ସ୍ଥାନୀୟ କାଉନସିଲର ରବୀନ୍ଦ୍ର କୁମାର ରାଉତ ଘଟଣା ସ୍ଥଳରେ ପହଂଚି ଅଗ୍ନିକାଣ୍ଡ ର ଅନୁଧ୍ୟାନ କରିବା ସହିତ ପରିବାର କୁ ସୁକିଲା ଖାଦ୍ୟ ବଣ୍ଟନ କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *