ପରିବେଶ ସଚେତନତା ପାଇ ସାଇକେଲରେ ଓଡ଼ିଶା ଭ୍ରମଣ
ପରିବେଶ ସଚେତନତା ପାଇ ସାଇକେଲରେ ଓଡ଼ିଶା ଭ୍ରମଣ ।, ଫୁଲବାଣୀ ତା ୦୩/୦୩/୨୦୨୫ ପରିବେଶ ସଚେତନତା ପାଇ ସାଇକେଲରେ ଫୁଲବାଣୀ ୦୨/୦୩/୨୦୨୫ ପହଂଚିଛନ୍ତି ଶୁଭମ୍ । ଓଡିଶା ଭ୍ରମଣ କରୁଛନ୍ତି ଶୁଭମ୍ lସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରି ମୁଣ୍ଡା ଗ୍ରାମରୁ ଶୁଭମ ଗତ ଡିସେମ୍ବର୍ 25 ରୁ ଆରମ୍ଭ କରିଥିଲେ ଯାତ୍ରା l ବର୍ତମାନ ୨୫ ଟି ଜିଲ୍ଲାକୁ ସାଇକେଲ ମାଧ୍ୟମରେ ଯାତ୍ରା କରି ସାରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଶନିବାର ସନ୍ଧ୍ୟାରେ ପହଞ୍ଚିଥିଲେ ଶୁଭମ l ପହଁଞ୍ଚିବାପରେ ସେଠାରେ ଫୁଲବାଣୀର ସ୍ଵାଗତ କରିବା ସହିତ ତାଙ୍କର ରହିବା ଏବଂ ଖାଇବା ବନ୍ଦୋବସ୍ତ କରିଥିଲେ l ଶୁଭମ ରବିବାର ସକାଳୁ ଫୁଲବାଣୀ ସହରର ପ୍ରଦକ୍ଷିଣ ଗୃହରୁ ଅନୁଗୁଳ ଅଭିମୁଖେ ଯାତ୍ରା କରିଛନ୍ତି l ଯାହା ସୂଚନା ରହିଚି ସାଇକେଲରେ ବୁଲି ବୁଲି ସମଗ୍ର ଓଡିଶାରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଶୁଭମ ବାରିକ ଯାହାଙ୍କ ବୟସ ୨୧ ବର୍ଷ, ଶିକ୍ଷା ଗତ ଯୋଗ୍ୟତା ଯୁକ୍ତ ଦୁଇ ପାଶ l “ସାଇକେଲ ଚଲାନ୍ତୁ ପରିବେଶ ବଞ୍ଚାନ୍ତୁ” ଓ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରନ୍ତୁ l ଏପରି ଲକ୍ଷ୍ୟ ରଖିଛନ୍ତି ୩୦ ଟି ଜିଲ୍ଲାରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ l ଏଥି ସହିତ ଯେଉଁ ସବୁ ଅଞ୍ଚଳରେ ମହୁଲ ସଂଗ୍ରହ କରିବା ପାଇଁ ଲୋକମାନେ ଗଛତଳେ ନିଆଁ ଲଗାଇ ଦିଅନ୍ତି ସେମାନଙ୍କୁ ନିଆଁ ନ ଲଗାଇବା ପାଇଁ ପରାମର୍ଶ ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି l ରବିବାର ସକାଳୁ ତାଙ୍କର ସାଇକେଲ ଯାତ୍ରା ଆରମ୍ଭ କରିବା ପରେ ସ୍ଥାନୀୟ ଗୋପବନ୍ଧୁ ଛକଠାରେ ବରିଷ୍ଠ ଆଇନଜୀବୀ ତଥା ରୋଟାରୀ କ୍ଲବର ସମ୍ପାଦକ ବିଜୟ କୃଷ୍ଣ ପଟ୍ଟନାୟକ ପହଞ୍ଚି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହିତ ଆଗକୁ ଯାତ୍ରା ସଫଳ ହେଉ ଏବଂ ନିଜର ଲକ୍ଷ୍ୟ ସ୍ଥଳରେ ଭଲରେ ଭଲରେ ପହଞ୍ଚନ୍ତୁ ବୋଲି ମଙ୍ଗଳ କାମନା କରିଥିଲେ l ଶୁଭମ ବାରିକ ସାଇକେଲ ଚାଳକବିଜୟ କୃଷ୍ଣ ପଟ୍ଟନାୟକ ଆଇନ୍ ଯିବି
