ମେଡିକାଲ ବ୍ୟାଙ୍କ କଲୋନୀ ସଙ୍କଟ ମୋଚନ ହନୁମାନ ମନ୍ଦିରର ୨୧ ତମ ବାର୍ଷିକ ଉତ୍ସବ ପାଳିତ।

ବ୍ରହ୍ମପୁର — ସ୍ଥାନୀୟ ସହର ତଳି ଅଞ୍ଚଳ ମେଡିକାଲ ବ୍ୟାଙ୍କ କଲୋନୀ ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିରର ୨୧ ତମ ବାର୍ଷିକ ଉତ୍ସବ ଆଧ୍ୟାତ୍ମିକ, ଭକ୍ତିମୟ ପରିବେଶ ଓ ସନାତନ ଧାର୍ମିକ ପରମ୍ପରା ଓ ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ଆଳତି, ସୂର୍ଯ୍ୟ ପୂଜା, ଘୃତ ଯଜ୍ଞ, ହୋମ ଓ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଥିଲା। ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ତଥା ସ୍ଥାନୀୟ ମେଡିକାଲ ବ୍ୟାଙ୍କ କଲୋନୀ କମିଟି ସଭାପତି ସୁବାଷ ଚନ୍ଦ୍ର ପାତ୍ର ମୁଖ୍ୟ ପୁରୋଧା ଥିଲା ବେଳେ ପୂଜକ ବଟକୃଷ୍ଣ ତ୍ରୀପାଠୀ ପୂଜା ବିଧି କାର୍ଯ୍ଯ ସମ୍ପାଦନା କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଏବଂ ଧାର୍ମିକ ବ୍ୟକ୍ତିଙ୍କ ସହ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଯୋଗ ଦେଇ ଥିଲେ ଏବଂ ଭଗବତ୍ କୃପା ଲାଭ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ବିଷ୍ଟ୍ନୁୁ ସାହୁ, ପ୍ରଫେସର ଏସ.ଏନ. ଜେନା, ପି କେ ଏସ ପାତ୍ର, ବୃନ୍ଦାବନ ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ନାୟକ, ମଧୁସ୍ମିତା ପାତ୍ର ଓ ବର୍ଷାରାଣି ମହାଙ୍ଗୁଡ ପ୍ରମୁଖ ବହୁ ମନ୍ଦିର କମିଟି କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *