ଝିଅ ହେବାର ଆଶଙ୍କା କରି ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହ ଗାଁରେ ଚାଞ୍ଚଲ୍ୟକର ଘଟଣା। ଝିଅ ହେବାର ଆଶଙ୍କା କରି ଜଣେ ୬ ମାସର ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ବିଜାଡିହ ଗାଁର ତନୁ ରାଉତ। ତନୁ ୬ ମାସ ହେବ ଗର୍ଭବତୀ ଥିବା ଜଣାପଡିଛି। ତେବେ ତାଙ୍କର ପୂର୍ବରୁ ଏକ ୪ ବର୍ଷର ଏକ ଶିଶୁ କନ୍ୟା ମଧ୍ୟ ରହିଛି । ପୁନଶ୍ଚ ଝିଅ ହେବାର ଆଶଙ୍କା କରି ତନୁଙ୍କ ସ୍ୱାମୀ ରାଜେଶ ରାଉତ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏବଂ ତାଙ୍କୁ ଆଜି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତନୁଙ୍କ ବାପା ପରଜଙ୍ଗ ଥାନା ବସୁଲେଇ ଗାଁର ନିତ୍ୟାନନ୍ଦ ଭୁତିଆ ୨୦୧୮ ମସିହାରେ ଝିଅକୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ କିଛି ମାସ ପାରିବାରିକ ଜୀବନ ଠିକ ଠାକ ଚାଲିଥିଲେ। ତେବେ ପ୍ରଥମେ ତନୁଙ୍କର ଏକ ଝିଅ ଜନ୍ମ ହୋଇଥିଲା ଏବଂ ପରେ ତନୁ ପୁନଶ୍ଚ ଗର୍ଭବତୀ ପରେ ଝିଅ ହେବାର ଆଶଙ୍କା କରି ତାଙ୍କୁ ସ୍ୱାମୀ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପରିବାର ଲୋକେ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ତନାଘନା କରିଛି ପୋଲିସ। ସେପଟେ ତନୁଙ୍କ ସ୍ୱାମୀ ଫେରାର ଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *