ଏଲ.ଆଇ.ସି କଲୋନୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

ପୁରୀ ତା ୦୩.୦୩.୨୫ ରିଖ ସୋମବାର ଦିନ ପୁରୀ ପୌରାଞ୍ଚଳ ଅନ୍ତର୍ଗତ ଏଲ.ଆଇ.ସି.କଲୋନୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରବାର୍ଷିକୋତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁପମା ମହାପାତ୍ରଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ମେଳାରେ ମୁଖ୍ୟ ଅତିଥି ରୂପେ ପୁରୀ ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଶ୍ରୀଯୁକ୍ତ ସିମାଞ୍ଚଳ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଟିକିତାରାର ସମ୍ପାଦକ ତଥା ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ , ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାମଦେବ ରାଉତରାୟ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତୀ ଅନୀତା ମିଶ୍ର ଓ ପରିଚାଳନା କମିଟିର ସଭାପତି ଶ୍ରୀମତୀ ବେବିନା ବେହେରା ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦଳାଇ ବିଦ୍ୟାର୍ଥୀମାନଙ୍କ ପଠନ ଦକ୍ଷତା ବୃଦ୍ଧିର ବିଭିନ୍ନ କୌଶଳ ସମେତ ଭଲ ମଣିଷ ହେବାର ଅନେକ ଦିଗକୁ ତାଙ୍କ ବକ୍ତବ୍ୟରେ ସ୍ଥାନ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ବକ୍ତବ୍ୟ ଶିକ୍ଷା ଶିକ୍ଷଣର ବିଭିନ୍ନ ଦିଗକୁ ଛୁଇଁଥିଲା। ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯକ୍ରମକୁ ଆଲୋକ କୁମାର ପ୍ରଧାନ ସଂଯୋଜନା କରିଥିଲେ ଏବଂ ବରିଷ୍ଠ ଶିକ୍ଷକ ସୁରେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏଲ.ଆଇ.ସି.କଲୋନୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *