ସମ୍ବାଦ ସାହିତ୍ୟଘର ବ୍ରାହ୍ମଣୀଦେବୀର ଷଷ୍ଟ ବାର୍ଷିକୋତ୍ସବ ଅନୁଷ୍ଠିତ
**କୋରେଇ ବ୍ଳକ୍ ତଳଗଡ଼ ପଞ୍ଚାୟତ ନଗୁଆଁ ଠାରେ ଥିବା ବ୍ରାହ୍ମଣୀଦେବୀ ସମ୍ବାଦ ସାହିତ୍ୟଘରର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଯାଜପୁରରୋଡ ଦମକଳକେନ୍ଦ୍ର ଛକ ନିକଟସ୍ଥ ହୀରା ହୋଟେଲ ସଭାଗୃହରେ ଅନୁଷ୍ଠିତ ବୈଠକରେ ସାହିତ୍ୟଘରର ସଭାପତି ଆର୍ଭଚରଣ ମଲ୍ଲିକ ସଭାପତିତ୍ବ କରିଥିଲେ l ମୁଖ୍ୟଅତିଥି ଭାବେ ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ ଭାଷା, ସାହିତ୍ୟର ସମୃଦ୍ଧି ହେଲେ ଦେଶ ଜାତିର ବିକାଶ ସମ୍ଭବ ହେବା ସାହିତ୍ୟ ଦେଶ ଓ ଜାତିକୁ ଯୋଡ଼େ ଏବଂ ସମ୍ପର୍କ ନିବିଡ଼ ହୁଏ ବୋଲି କହିଥିଲେ l ସାହିତ୍ୟର ସୁରକ୍ଷା ହେଲେ ଆମେ ଆଗକୁ ବଢ଼ିପାରିବା ବୋଲି ମତ ଦେଇଥିଲେ l ମୁଖ୍ୟବକ୍ତା ଭାବେ ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ସମ୍ବାଦ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା, ବରିଷ୍ଠ ସହସମ୍ପାଦକ ଡ. ଚିତ୍ତରଞ୍ଜନ ବେହେରା, ଡାକ୍ତର ହେମନ୍ତ କୁମାର ସାହୁ ଯୋଗଦେଇଥିଲେ । ସମ୍ପାଦିକା ଧରିତ୍ରୀ ରାଉତ ବିବରଣୀ ପାଠ କରିଥିଲେ। ତାରିଣୀ ପ୍ରସାଦ ପୁହାଣ ଅତିଥି ପରିଚୟ ପ୍ରଦାନ ଓ ସୁଦାମ ଚରଣ ନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସାହିତ୍ୟଘରର ମୁଖପତ୍ର ବ୍ରାହ୍ମଣୀଦେବୀ, ଅକ୍ରୂର ବଳଙ୍କ ଅମର୍ତ୍ତ୍ୟ କୁସୁମ ଓ ରଞ୍ଜନ କୁମାର ବାରିକଙ୍କ ମା’ ମାହିଁ ଏବଂ ଇନ୍ଦ୍ରଧନୁ ପୃଷ୍ଠା ଉନ୍ମୋଚିତ ହୋଇଥିଲା l ଏହି ଉତ୍ସବ ରେ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ l ପରିଶେଷରେ ସାହିତ୍ୟଘର ସଂଯୋଜକ ପୀତବାସ ଭୂୟାଁ ଧନ୍ୟବାଦ ଦେଇଥିଲେ l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
