ଡକ୍ଟର ଶଶାଙ୍କ ଚୂଡାମଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ
ଆଜି ସକାଳ ୧୧ଟା ସମୟରେ ଗଡ଼ କାଳୁପଡା ମା ଗଡଚଣ୍ଡୀଙ୍କ ପୀଠରେ ଭୋରଶୈଳ ସାହିତ୍ୟ ସମାଜ ଏବଂ ପ୍ରିୟପତ୍ର ର ମିଳିତ ଆୟୋଜନରେ ଫଗୁଣ କବିତା ଆସର ବରିଷ୍ଠ କବି ଡକ୍ଟର ଶଶାଙ୍କ ଚୂଡାମଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମା ଗଡଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ମୁଖ୍ୟ ଅତିଥି ଭାବରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଏହାକୁ ଶୁଭ ଉଦଘାଟନ କରିଥିଲେ। ଏହି ଉତ୍ସବରେ ରକ୍ଷକ ନାୟକ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଦିଲୀପ କୁମାର ଛୋଟରାୟ, କୃପାସିନ୍ଧୁ ବିଶ୍ୱାଳ, ସନ୍ଧ୍ୟାବତୀ ପ୍ରଧାନ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଫଗୁଣ କବିତା ଆସର ସମ୍ପର୍କରେ ଆଲୋକପାତ କରି ଲେଖକମାନଙ୍କୁ ଉତ୍ତମ ସାହିତ୍ୟ ରଚନା କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିପିନ ବିହାରୀ ମହାନ୍ତି, ନୃପେଶ ନାୟକ, ବିପିନ ମହାନ୍ତି, ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, କ୍ଷେତ୍ରବାସୀ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ସୁଦର୍ଶନ ପ୍ରଧାନ, ରବୀନ୍ଦ୍ର କୁମାର ତ୍ରିପାଠୀ, ନରେନ୍ଦ୍ର ମୁଦୁଲି, ଅର୍ଜୁନ ଘଡେ଼ଇ, ଶଶୀଶେଖର ରାୟ, ଅଧିକାରୀ ସ୍ୱାଇଁ, ନଗେନ ପ୍ରଧାନ, ବିରଞ୍ଚିନାରାୟଣ ଦାଶ, ବିଶ୍ୱରଂଜନ ବଳବନ୍ତରାୟ, ଅମରେଶ ଚନ୍ଦ୍ର ନାୟକ, ରଘୁନାଥ ନାୟକ, ସୁଶ୍ରୀ ଶ୍ରୀଜୟା ଦାସ, ଡକ୍ଟର ସରୋଜ କୁମାର ପଣ୍ଡା ଏବଂ ଜାନକୀ ବଲ୍ଲଭ ଦାଶଙ୍କ ସହିତ ଉପସ୍ଥିତ ସାମ୍ୱାଦିକମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଡକ୍ଟର ସରୋଜ କୁମାର ପଣ୍ଡାଙ୍କ ‘ଅନ୍ତରଙ୍ଗ ଡେଲାଙ୍ଗ ‘ ଏବଂ ଜାନକୀ ବଲ୍ଲଭ ଦାଶଙ୍କ ‘ ଆସରେ ପିଲେ ଶୁଣିବ ଗପ’ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପ୍ରସନ୍ନ ମଣ୍ଡଳ, ନମିତା ସ୍ୱାଇଁ, ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଂଯୋଜନାରେ ଲକ୍ଷ୍ମୀପ୍ରିୟା ଦାଶ, ପ୍ରବାସିନୀ ମିଶ୍ର, ଡକ୍ଟର ସସ୍ମିତା ମିଶ୍ର, ସୁରେଶ କୁମାର ପଟ୍ଟନାୟକ, ଚନ୍ଦ୍ରଶେଖର ମହାରାଣା, ଅଜୟ ସେଠୀ, ଅନନ୍ତ ପ୍ରଧାନ, ସତ୍ୟଭାମା ନାୟକ, ଯୋଗେଶ୍ଵର ନାୟକ, ବିପିନ ବେହେରା, ଶରତ ରାଉତ, ପ୍ରଭାସ ପ୍ରଧାନ, ମଲ୍ଲିକା ସିଂହ, ନୀଳାଦ୍ରିନାଥ ଜଗଦେବ, ଶରତଚନ୍ଦ୍ର ମହାପାତ୍ର, ଚନ୍ଦ୍ରଶେଖର ସେଠୀ, ଦିଗମ୍ବର ରଥ, ଗଣେଶପ୍ରସାଦ ବାରିକ, ପ୍ରକାଶ ଚାନ୍ଦ, ପ୍ରକାଶ କୁମାର ସାହୁ ପ୍ରମୁଖ ଶତାଧିକ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ। ପ୍ରାରମ୍ଭରେ ପ୍ରିୟପତ୍ର ସମ୍ପାଦକ ବିପିନ ବିହାରୀ ଦଳାଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଶେଷରେ ଭୋରଶୈଳ ସାହିତ୍ୟ ସମାଜ ର ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
