ଦିବ୍ୟlଙ୍ଗ ଯୁବକ ଙ୍କୁ ସୋରଡ଼ା ବିଡ଼ିଓଙ୍କ ଦ୍ଵାରା ହୁଇଲ୍ ଚ୍ୟାର ପ୍ରଦାନ
ଶାରୀରିକ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଛି ସରକାରଙ୍କ ଅନେକ ଯୋଜନା।କିନ୍ତୁ ପୂର୍ଵ ସରକାରରେ ଅନେକ ଦିବ୍ୟାଙ୍ଗ ଯୁବକ ଯୁବତୀ ସରକାରୀ ପ୍ରୋତ୍ସାହନ ପାଇବାରୁ ବଞ୍ଚିତ ରହିଥିବା ନଜରକୁ ଆସିଛି। ଆଜି ସୋରଡ଼ା ବ୍ଲକ ଲାଠିପଡ଼ା ଗ୍ରାମର ସ୍ବର୍ଗତ ଗୋପୀନାଥ ସ୍ୱାଇଁ ଓ ବିନୁ ସ୍ୱାଇଁ ଙ୍କ ଦିବ୍ୟାଙ୍ଗ ପୁଅ ହେଉଛନ୍ତି କମଳ ସ୍ୱାଇଁ (୩୦)।କିନ୍ତୁ ତାଙ୍କର ଆଧାର କାର୍ଡ ନଥିବାରୁ କୌଣସି ସରକାରୀ ସହାୟତା ପାଇ ପାରୁ ନଥିଲେ।ବର୍ତମାନ ପରିବାର ଲୋକଙ୍କ ସହାୟତାରେ ନିଜର ଆଧାର କାର୍ଡ ବନାଇ ପାରିଛନ୍ତି।ଆଜି ଦିବ୍ୟାଙ୍ଗ ଯୁବକ କମଳ ମା ଙ୍କ ସହ ଅଟୋରେ ଆସି ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଙ୍କୁ ନିଜର ଗୁହାରି ଜଣାଇଥିଲେ। ଏହାପରେ ବିଡ଼ିଓ କମଳଙ୍କୁ ଏକ ହୁଈଲ ଚେୟାର ପ୍ରଦାନ କରିଛନ୍ତି। ଏହାସହ ତାଙ୍କୁ ମାସିକ ପାଞ୍ଚ କିଲ ଚାଉଳ ରାସନ କାର୍ଡରେ ଦବା ପାଇଁ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ କମଳଙ୍କୁ ଏକ ହଜାର ଟଙ୍କା ଦିବ୍ୟାଙ୍ଗ ଭତା ମିଳୁଥିଲା।ଏବେ ଦିବ୍ୟାଙ୍ଗ ପ୍ରମାଣପତ୍ରକୁ ସଂଶୋଧନ କରି ଆଣିବା ପରେ ବର୍ଦ୍ଧିତ ଭତା ପ୍ରଦାନ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର।
ଗଂଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
