କୋଣାର୍କରେ ପାଞ୍ଚ ଦିନିଆ ସୀମାନ୍ତ ରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦଯାପିତ

କୋଣାର୍କ ୦୪.୦୩ ଭାରତ ସରକାର ଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରାଳୟ ଅନ୍ତର୍ଗତ ନେହେରୁ ଯୁବ କେନ୍ଦ୍ର ପୂରୀ ତରଫରୁ ଗତ ୨୮ ଫେବୃଆରୀ ଠାରୁ ମାର୍ଚ୍ଚ ୦୪ ତାରିଖ ପର୍ଯ୍ୟନ୍ତ ଏକ ପାଞ୍ଚ ଦିନିଆ ସୀମାନ୍ତ ରାଜ୍ୟ ଯୁବ ବିନିମୟ ଶିବିର କୋଣାର୍କ ସ୍ଥିତ ଯାତ୍ରୀ ନିବାସ ଠାରେ ଆୟୋଜିତ ହୋଇ ଯାଇଛି lଏହି ଶିବିର ପୂର୍ବ ଭାରତର ୫ଟି ସୀମାନ୍ତ ରାଜ୍ୟରୁ ୧୫ ରୁ ୨୯ ବର୍ଷ ବୟସ ମଧ୍ୟରେ ୨୦ ଜଣ ଯୁବ ପ୍ରତିଭାଗୀ ଭାଗ ନେଇଥିଲେ। ଓଡିଶା ର ଗୌରବମୟ ଇତିହାସ, କଳା ସଂକୃତି, ଐତିହ୍ୟ, ଭାସ୍କର୍ଯ୍ୟ ଏବଂ ଓଡ଼ିଆ ପରମ୍ପରା ସମ୍ବଧରେ ଅଭିଜ୍ଞ ବକ୍ତା ମାନଙ୍କ ଠାରୁ ଜ୍ଞାନ ଅର୍ଜନ କରିବା, ସାଂକୃତିକ କାର୍ଯ୍ୟକ୍ରମ, କୋଣାର୍କ ମନ୍ଦିର, ପରିଦର୍ଶନ, ଚନ୍ଦ୍ରଭାଗାରେ ସୂର୍ଯ୍ୟଦ୍ବୟ ଦେଖିବା ସହିତ ସେଠାରେ ସମୁଦ୍ର କୁଳ ସଫେଇ ଅଭିଯାନ ଅଂଶ ଗ୍ରହଣ କରିଥିଲେ l ଏହି ଯୁବ ବିନିମୟ ଉଦଯାପନୀ କାର୍ଯ୍ୟକ୍ରମ ରେ ଯୁବ ପ୍ରତିଭାଗୀ ମାନଙ୍କୁ ମୁଖ୍ୟ ଅତିଥି ଭାବରେ ଗୋପ ତହସିଲଦାର ଅନିଲ କୁମାର ମହାନ୍ତି , ମୁଖ୍ୟବକ୍ତା ନେହୁରୁ ଯୁବକେନ୍ଦ୍ର ସଂଗଠନର ରାଜ୍ୟ ନିର୍ଦ୍ଦେଶକ ଶିବାଜି ମୁରଲୀ ଧର ଖରତ, ପ୍ରତିଭାଗୀ ମାନଂକୁ ରାଷ୍ଟ୍ର ଗଠନ ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ ହାସଲ ନିମନ୍ତେ ଭୂମିକା ସମ୍ବନ୍ଧରେ ଅବଗତ କରାଇଥିଲେ l ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିନୟ ଭୂଷଣ ମହାନ୍ତି, ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚଂଦ୍ର ସେଠୀ , ନେହୂରୁ ଯୁବକେନ୍ଦ୍ର ଫୁଲବାଣୀ ଜିଲ୍ଲା ଯୁବ ଅଧିକାରୀ ନବନିତ କୁମାର୍ , ନେହେରୁ ଯୁବକେନ୍ଦ୍ର ପୁରୀ ଜିଲ୍ଲାର ଅଧିକାରୀ ଅନୁରାଗ କୁମାର୍, ନେହେରୁ ଯୁବକେନ୍ଦ୍ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅଶୋକ କୁମାର୍ ବେହେରା ଓ ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ପ୍ରତିଭଗୀଙ୍କୁ ଉଦବୋଧନ ଦେଇଥିଲେ l

କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *