ମାର୍ଚ ୧୦ କୁ ଭୁବନେଶ୍ଵର ଚାଲ ନେଇ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ

ମାର୍ଚ ୧୦ କୁ ଭୁବନେଶ୍ଵର ଚାଲ ନେଇ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ।ଫୁଲବାଣୀ:ନିପ୍ର:-୦୪/୦୩ ଓଡ଼ିଶା ରାଜ୍ୟ ସମିତିସଭ୍ୟ/ସଭ୍ୟା ପରିବାର ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖରେ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରା ଯିବାର କାର୍ଯକ୍ରମ ରହିଥିବା ନେଇ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘ ପକ୍ଷରୁ ଜିଲ୍ଲା ସଭାପତି ବୈଦ୍ୟନାଥ ବେହେରା ଙ୍କ ନେତୃତ୍ୱରେ ସୋମବାର ଦିନ ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣୀ ମଣ୍ଡପ ଠାରେ ସମସ୍ତ ଜିଲ୍ଲାର ସମସ୍ତ ସମିତିସଭ୍ୟ/ସଭ୍ୟା ଙ୍କୁ ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର କହଁର ଓ ଜି.ଉଦୟଗିରି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜାନକୀ କହଁର,ଅକ୍ଷୟ ନାୟକ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘର ମୂଖ୍ୟ ଉପଦେଷ୍ଟା ଧବଳେଶ୍ଵର ପାତ୍ର ଉପ-ସଭାପତି ଜୁନେଶ ଦିଗାଲ, କାର୍ଯ୍ୟକାରି ସଭାପତି ଭାଗ୍ୟବାନ ବେହେରା ଜି.ଉଦୟଗିରି ବ୍ଲକ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ ପୂର୍ବରୁ ତତ୍ କାଳୀନ ସରକାରଙ୍କୁ ସମିତିସଭ୍ୟ/ସଭ୍ୟା ପକ୍ଷରୁ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ଯାଇଥିଲା । ଦାବି ପୂରଣ ପ୍ରତିବାଦରେ ୧୨୦ ଧାରଣାରେ ବସିଥିଲେ ସମିତିସଭ୍ୟ ମାନେ ଶେଷରେ ମାସିକ ଭତା ୨୩୫୦ ଟଙ୍କାରୁ ୯୫୦୦ ଟଙ୍କା କୁ ବୃଦ୍ଧି କରି ଆଉ ୭ଟି ଦାବୀକୁ ପୂରଣ କରିବା ପାଇଁ ପୂର୍ବ ସରକାର ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନକୁ ପ୍ରତ୍ୟାହର କରିଥିଲେ ସମିତିସଭ୍ୟ ମାନେ। କିନ୍ତୁ ହଠାତ୍ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ନିର୍ବାଚନ ନିମନ୍ତେ ଆଚରଣ ବିଧି ଘୋଷଣା ହୋଇଗଲା ଫଳରେ ଆଉ ଅନ୍ୟ ଦାବି ଗୁଡ଼ିକ ସେମିତି ରହିଗଲା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ନୂତନ ସରକାର ଗଠନ କଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଭାବେ ମହୋନ ଚରଣ ମାଝି ପଞ୍ଚାୟତ ରଜ ବିଭାଗ ମନ୍ତ୍ରୀ ମାନ୍ୟବର ରବି ନାଏକ ଙ୍କୁ ସୌଜନ୍ୟ ମୂଳକ ଭାବେ ସମିତିସଭ୍ୟ ସଙ୍ଘ ପକ୍ଷରୁ ସାକ୍ଷାତ କରି ଶୁଭେଛା ଜଣାଇ ଥିଲେ। ତାପରେ କିଛିଦିନ ପରେ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ଇତି ମଧ୍ୟରେ ଏକ ବର୍ଷ ପାଖା ପାଖି ବିତି ଯାଇଥିଲେ ମଧ୍ୟ ନୂତନ ସରକାର କୌଣସି ବିଚାର ନ କରିବାରୁ ପୁଣି ଆଉଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି ସମିତିସଭ୍ୟ/ସଭ୍ୟା ଏନେଇ ଗତ ପ୍ରେବୃୟାରି ମାସ ୨୩ ତାରିଖରେ ଭୁବନେଶ୍ଵର ଠାରେ ରାଜ୍ୟ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇ ଆସନ୍ତା ୧୦ ତାରିଖରେ ଏକ ବିଶାଳ ସମାବେଶ କରାଯାଇ ପୁଣି ଆଉଥରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହେବା ପରେ ସେନେଇ ମାର୍ଚ୍ଚ ମାସ ୧୦ ରେ ଭୁବନେଶ୍ଵର ଚାଲ ଅଭିଜାନ କୁ ନେଇ ପ୍ରତି ଜିଲ୍ଲାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଉଛି ତେଣୁ ଆଜି କନ୍ଧମାଳ ଜିଲ୍ଲାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ବୋଲି ଜିଲ୍ଲା ସଭାପତି ବୈଦ୍ୟନାଥ ବେହେରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଦାବୀପତ୍ର ରେ ୬ ଗୋଟି ଦାବି ରଖାଯାଇଥିବା ବେଳେ ସେଗୁଡ଼ିକ ହେଲା ଗ୍ରାମ ପଞ୍ଚାୟତ ବୈଠକରେ ସମିତିସଭ୍ୟଙ୍କୁ ଅତିଥି ନୁହେଁ ସ୍ଥାୟୀ ସଦସ୍ୟ କରାଜାଉ, ଏବଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବସିବା ପାଇଁ ଅଫିସ୍ ସୁବିଧା କରାଯାଉ।GPDP ରେ ୫୦% ପ୍ରସ୍ତାବ ରଖିବା ଅଧିକାର ଦିଆଯାଉ,MGNREGSA ରେ ଯୁଗ୍ମ ସ୍ୱାକ୍ଷର ବ୍ୟବସ୍ଥା କରାଯାଉ।ବି.ପି.ଡ଼ି.ପି ପାଇଁ ପ୍ରତି ପଞ୍ଚାୟତକୁ ୨୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ ଓ ପଞ୍ଚାୟତ ସମିତିକୁ ଆସୁଥିବା ଜି ଆଇ ଏ ଓ ଅନ୍ୟାନ୍ୟ ସମସ୍ତ ଅନୁଦାନ (କେବଳ MP ଓ MAL ଲାଣ୍ଡ କୁ ଛାଡି) ସମିତିସଭ୍ୟ ଙ୍କ ଠାରୁ ପ୍ରସ୍ତାବ ନେବାକୁ ଏବଂ ସମାପ୍ତି ପ୍ରମାଣ ପତ୍ରରେ ସମିତିସଭ୍ୟ/ସଭ୍ୟା ଙ୍କସ୍ୱାକ୍ଷର ବଧ୍ୟତା ମୂଳକ ରଖାଯାଉ।ପଞ୍ଚାୟତରେ ସରପଞ୍ଚ ଙ୍କ ଭଳି ପଞ୍ଚାୟତ ସମିତିରେ ସମିତିସଭ୍ୟ ଙ୍କୁ ଡଙ୍ଗଲ ବ୍ୟବହାର କରିବା କ୍ଷମତା କରାଯାଉ। ସମିତିସଭ୍ୟ ମାନଙ୍କ ମାସିକ ଭତା ୨୦ ହଜାରକୁ ବୃଦ୍ଧି କରାଯାଉ ଓ ୫ ବର୍ଷ କାର୍ଯ୍ୟକାଳ ପରେ ଅବସର ପରେ ୧୦ ହଜାର ମାସିକ ଭତା ପ୍ରଦାନ କରାଯାଉ, ଅବସର ପୂର୍ବରୁ ଓ ପରେ ଜୀବନ ବୀମା ଏବଂ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉ। ଜିଲ୍ଲା ପରିଷଦ ମାନଙ୍କ ପରି ବ୍ଲକ ଉପାଧ୍ୟକ୍ଷଙ୍କ ଭତା ବୃଦ୍ଧି କରାଯାଉ ଓ ୨ଲକ୍ଷ୍ୟ ଟଙ୍କା ତଳେ ଥିବା ବିଲରେ ଉପାଧ୍ୟକ୍ଷଙ୍କ କାଉଣ୍ଟର ସାଇନ୍ ବ୍ୟବସ୍ଥା କରାଯାଉ।ସମିତିସଭ୍ୟ ଙ୍କୁ ଉଚିତ୍ କ୍ଷମତା ଦିଆଯାଉ ନହେଲେ ପଦବୀ ଉଚ୍ଛେଦ କରାଯାଉ ବୋଲି ଦାବୀ କରାଯିବାକୁ ନିଷ୍ପତ୍ତି ହୋଇଛି। ହେଲେ ଦାବି ଗୁଡ଼ିକ ଉପରେ ସରକାର କିଭଳି ଦୃଷ୍ଟି ଆକର୍ଷଣ କରୁଛନ୍ତି ଓ ୧୦ ତାରିଖ ଭୁବନେଶ୍ଵର ଚାଲ ଅଭିଜାନ ସରକାରଙ୍କୁ କେତେ ପ୍ରଭାବ ପକାଉଛି ତାହା ଦେଖିବାର ରହିଲା।

Leave a Reply

Your email address will not be published. Required fields are marked *