ମାର୍ଚ୍ଚ ୮ ତାରିଖରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ
ବ୍ରହ୍ମପୁର:-୦୪/୦୩( ) ମାର୍ଚ୍ଚ ୮ ତାରିଖରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଓଡ଼ିଶାର ମାତୃଶକ୍ତିଙ୍କୁ ସମ୍ମାନ ଦେବାପାଇଁ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିବେକ ବିହାର ଠାରେ ହେବାକୁ ଥିବା ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ “ସୁଭଦ୍ରା ଯୋଜନା” ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ଅର୍ଥ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ତାଙ୍କ ସହ ଓଡ଼ିଶା ସରକାରଙ୍କ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହିବେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୫ ହଜାର ମହିଳାଙ୍କ ସମାବେଶ ହେବା ନେଇ ଯୋଜନା କରାଯାଇଛି । ମହିଳାଙ୍କ ସମାବେଶକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଅପରାହ୍ନରେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କଲେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ପ୍ରବୀର ପାତ୍ର,ଜି.ରାଜେନ୍ଦ୍ର ପ୍ରସାଦ,କେ.ରବି ରାଓ,ଶିରିଡ଼ି ସାଇ,ସୁମିତ୍ ପାତ୍ର,ପୂର୍ବତନ କର୍ପୋରେଟର ଗୋପାଳ ରେଡ୍ଡୀ ପ୍ରମୁଖଙ୍କ ସମେତ ବହୁ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
