କୁରୁଜଙ୍ଗ ପଞ୍ଚାୟତରେ ସୁଭଦ୍ରା ଶୋଭାଯାତ୍ରା ଆୟୋଜିତ

ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତରେ ଘରେ ଘରେ ସୁଭଦ୍ରା ସଚେତନତା ବାର୍ତ୍ତା ନେଇ ବୁଧବାର ସକାଳେ ସୁଭଦ୍ରା ଶୋଭାଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ କାକଟପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସିଡ଼ିପିଓ ମେରୀ ମାଇକେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଏବସରପଞ୍ଚ ପ୍ରତାପ କୁମାର ପାତ୍ର, ସାମାଜିକକର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ, ମହିଳା ମହାସଂଘ ସମ୍ପାଦିକା ଭାଗ୍ୟଲକ୍ଷ୍ମି ସେନାପତି, ୱାର୍ଡ ସଭ୍ୟା ମମତା ବେହେରା ପ୍ରମୁଖ ଯୋଗ ଦେଇ ସୁଭଦ୍ରା ଯୋଜନାର ଉପକାରିତା ସମ୍ପର୍କରେ ଉପସ୍ଥିତ ମହିଳାଙ୍କୁ ଅବଗତ କରାଇ ସଚେତନତା କରିଥିଲେ।

ଶିଶୁ ବିକାଶ ଯୋଜନା ବାଲିଦୋକାନ ସୁପରଭାଇଜର ଶ୍ରୀମତୀ ପ୍ରତିମା ମହାନ୍ତିଙ୍କ ତତ୍ତ୍ଵାବଧାନରେ ଏକ ସଚେତନା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶତାଧିକ ମହିଳା, ମିଶନ ଶକ୍ତି କର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ମାନେ ମିଳିତ ହୋଇ ସଚେତନତା ବାର୍ତ୍ତା ନେଇ ଘରେ ଘରେ ସୁଭଦ୍ରା ନାରା ଦେଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଅଙ୍ଗନବାଡ଼ି କର୍ମୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *