ସ୍ବର୍ଗତ ବିଜୁବାବୁଙ୍କ ୧୦୯ ତମ ଜୟନ୍ତୀ ପାଳନ
ସ୍ବର୍ଗତ ବିଜୁବାବୁଙ୍କ ୧୦୯ ତମ ଜୟନ୍ତୀ ପାଳନ ।ତା ୦୫/୦୩/୨୦୨୫ ତିଖ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥାନୀୟ ବିଜୁପଟ୍ଟନାୟକ ଛକ୍ ରେ ଜିଲ୍ଲାର ବରିଷ୍ଟ ନେତୃତ୍ଵ ତଥା ବୀର ମହ।ର।ଜପୁର ର ପୂର୍ବତନ ବିଧାୟକ ଶ୍ରୀ ଯୁକ୍ତ ପଦ୍ମନାଭ ବେହେରାଙ୍କ ନେତୃତ୍ବରେ ସକାଳ ୧୧ ଘଣ୍ଟିକ । ସମୟରେ ସ୍ଥାନୀୟ ବଜାରରେ ଛକ ଠାରେ ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତିରେ ଜିଲ୍ଲାର ସମସ୍ତ ବରିଷ୍ଟ ନେତ୍ରୁବର୍ଗ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବର୍ଗତ ବିଜୁବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସରିବା ପରେ ପୁନର୍ବାର ସ୍ଥାନୀୟ ଫୁଲବାଣୀ ପୋୖର ପରିଷଦର ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଏକ ସ୍ମୃତି ସଭା ଆୟଜନ କରାଯାଇଥିଲା ।ଏହି ସଭାରେ ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପୂର୍ବତନ ଖଣି ଇସ୍ପାତମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ପୂର୍ବତନ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ବେହେରା, ପୂର୍ବତନ ବିଧାୟକ ଦୁଗୁନି କହଁର, ରାଜ୍ୟ ମହିଳା ସମ୍ପାଦିକା ପୁନମ୍ କହଁର, ଫୁଲବାଣୀ ପୌରପରିଷଦର ଅଧ୍ୟକ୍ଷ।

ଶ୍ରୀ ମତୀ ପାୟେ ଲ ବେହେରା, ଜିଲ୍ଲା ଯୁବ ସଭାପତି ବିଷ୍ଣୁ ଚରଣ ମଲିକ୍, ଜିଲ୍ଲା ଛାତ୍ର ସଭାପତି ଶ୍ରୀ ସୁନିଲ ସେଠୀ ଓ ଚାରି ଗୋଟି ବ୍ଲକ ର ଅଧ୍ୟକ୍ଷା ଓ ବ୍ଲକ ସଭାପତି ମାନେ ଜଗ ଦେଇଥିଲେ । ଏଠାରେ ପୂର୍ବତନ ଖଣି ଇସ୍ପାତ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ସ୍ବର୍ଗତ ବିଜୁବାବୁ ଙ୍କୁ ଜଣେ ମହାନ୍ ବ୍ୟକ୍ତିତ୍ଵ ଥିଲେ ।ଯାହାକି ତାଙ୍କରି ମୃତୁ ବେଳେ ତିନୋଟି ଦେଶର ଜାତୀୟ ପତାକା ତାଙ୍କରି ମର ଶରୀରରେ ପଡ଼ିଥିଲା । ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସରୋଜ କର୍ଣ୍ଣ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରୁ ତାଙ୍କରି ଶରୀରରୁ ମୁଣ୍ଡଟିକୁ କ।ଡ଼ି ମାହାଙ୍ଗା ରେ ଗୋଟିଏ ଡ୍ରେ ନ ଭିତରେ ଫପଡିବ। ଦୃଶ୍ୟକୁ ନିନ୍ଦାକୁ କରି ଜଣେ ଓଡ଼ିଶାର ମହାନ୍ ନେତାଙ୍କୁ ଏହି ଭଳିଭ।ବରେ ଅପମାନିତ ବିଷୟକୁ ନିନ୍ଦା କରିଥିଲେ ।ପୂର୍ବତନ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ବେହେରା ଚଳିତ ସରକାର ରେ ନାରୀମାନେ ଅସୁରକ୍ଷିତ ଥିବା ଓ ସ୍ବର୍ଗତ ବିଜୁବାବୁ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ଥିଲେ ,ଯାହାକି ମାନ୍ୟବର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାକୁ ୫୦ ପ୍ରତିଶତ କରିଥିବା କଥା କହି ନାରୀ ମାନକୁ ମିଶନ ଶକ୍ତି ଜରିଆରେ ବିଭିନ୍ନ ଯୋଜନା କରି ନାରୀମାନଙ୍କ ଜୀବନ ଶୈଳୀକୁ ଆଗକୁ ନେବାରେ ଯୋଜନା କରିଥିଲେ ।ଶ୍ରୀ ଦୁଗୁନି କହଁର ପୂର୍ବତନ ବିଧାୟକ ଚଳିତ ସରକାର ଦରଦାମ୍ ଦିଗୁଣ କରି ଜନାଧରଣକୁ ହନ୍ତସନ୍ତ କରିଥିବା କଥା କହିଥିଲେ ।ଚଳିତ ସରକାରକୁ ରଙ୍ଗ ମର। ସରକାର କହିନିନ୍ଦ। କରିଥିଲେ ଏହି ସରକାରଙ୍କ କୌଣସି ନିଜସ୍ଵ ଯୋଜନା ନାହିଁ।ସବୁ ପୂର୍ବରର ବି ଜେ ଡି ସରକାରଙ୍କର ଯୋଜନା କୁ କପି କରି କାର୍ଯ୍ୟ କରୁଛନ୍ତି । ଏହି ଠାରେ ନଗର ସଭାପତି ବିମଳ ପାଢ଼ୀ । ,ଫୁଲବାଣୀ ନଗର ଯୁବନେତୃତ ତଥା ଉପ ସଭାପତି ବିକ୍ରମ ବେହେରା , ନଗର ଯୁବ ସଭାପତି ରାକେଶ ମିଶ୍ର,ଜିଲ୍ଲା ଛାତ୍ର ଉପସଭାପତି ବିଷ୍ଣୁ ପ୍ରସାଦ ବେହେରା, ସମସ୍ତ ପୌରପରିଷଦର କାଉନସିଲର ଓ ଏକ ହଜାରରୁ ଊର୍ଦ୍ଧ୍ଵ କର୍ମୀ ସଂଘଟିତ ହୋଇ ସ୍ବର୍ଗତ ବିଜୁ ବାବୁ ଜୟନ୍ତି ପାଳନ କରିଥିଲେ ।
