ଢେ଼ଙ୍କାନାଳ ସହରର ଖମାରସାହି ଠାରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ
କାମାକ୍ଷାନଗରଆଙ୍କର-ଢେ଼ଙ୍କାନାଳ ସଦର ନିର୍ବଚନମଣ୍ଡଳୀର ଖମାରସାହି ଠାରେ ବିଜେଡ଼ି ତରଫରୁ ୧୧ ଟା ୩୦ ମିନିଟ ସମୟରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରେ ଏକ ସଭା ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାପରିଷଦ ଅଧ୍ୟକ୍ଷl ଅର୍ଚ୍ଚନା ପୁହାଣ ଓ ପୂର୍ବତନ ବିଧାୟକ ସୁଧିର କୁମାର ସାମଲଙ୍କ ପ୍ରତିନିଧି ନରୋତ୍ତମ ସାହୁ ଏବଂ ଅନ୍ୟନ୍ୟା ଅତିଥି ମାନେ ମଞ୍ଚାସୀନ ହୋଇଥିଲେ । ଏବଂ ଶତାଧିକ କର୍ମକର୍ତ୍ତାମାନେ ଓ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
