ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଦିବସ

ଅଦ୍ୟ ତା :- ୫.୦୩.୨୦୨୫ ରିଖ ଦିନ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଦିବସ ଅବସର ରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ଵ ରେ ପ୍ରାତଃ ୧୦.୦୦ ଘଟିକା ସମୟରେ ଶ୍ରୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ,ମେଡିକାଲ ଛକ ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ସନ୍ଧ୍ୟା ୬.୦୦ ଘଟିକା ସମୟରେ ” ସଂସ୍କୃତି ଭବନ”

ପୁରୀ ଠାରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ଅନେକ ବରିଷ୍ଠ ନେତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ପୁରୀ ବାର୍ ଆସୋସିଏସନ୍ ସଭାପତି ଆଦିତ୍ୟ ହୃଦୟ ମିଶ୍ର, ପୁରୀ ଜିଲ୍ଲା ଯୁବ ଜନତା ଦଳ ସଭାପତି ନାରାୟଣ ସ୍ବାଇଁ,ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,ପୂର୍ବତନ କାଉନ୍ସିଲର୍ କେ. କାତା ରାଓ , ପୂର୍ବତନ ପବ୍ଲିକ ପ୍ରସିକୃଟର ବିଜୟ କୁମାର ମିଶ୍ର, ବାଲିପୁଟ ପୂର୍ବତନ ସରପଞ୍ଚ ବାବାଜୀ ଫାରକ୍, ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା ସମ୍ପାଦକ ରାଜେଶ ତ୍ରିପାଠୀ , ନିଖିଲ ଦାସ ,ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦିକା ରୋଜାଲିନ ନାୟକ ,ନାରୀନେତ୍ରୀ ସନ୍ଧ୍ୟାରାଣୀ ଭଟ୍ଟ, ଅରୁଣିମା ନନ୍ଦ, ବିନୋଦିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *