ଲୋକାର୍ପିତ ହେଲା ଭକ୍ତିଅର୍ଘ୍ୟ -୨୦୨୫

ଶ୍ରୀଜଗନ୍ନାଥଙ୍କ ନିକଟରେ ଭାବ-ଭକ୍ତିରେ ସମର୍ପିତ ହେବା ହିଁ ଭକ୍ତିଅର୍ଘ୍ୟ ଵୋଲି କହିଛନ୍ତି ପ୍ରାବନ୍ଧିକ, ଗବେଷକ ତଥା ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ କୁଳପତି ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର।ହଲିଡେ ରିସୋର୍ଟ ସମ୍ମିଳନୀ କକ୍ଷରେ,ପୂର୍ଣ୍ଣ ଦାସ ଫାଉଣ୍ଡେସନ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଭିତ୍ତିକ ଆଲୋଚନା ଚକ୍ର ଏବଂ ଭକ୍ତିଅର୍ଘ୍ୟ ପତ୍ରିକାର ପଞ୍ଚମ ଲୋକାର୍ପଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମିଶ୍ର କହିଥିଲେ ଯେ ବିଶ୍ଵଵନ୍ଦିତ ଶ୍ରୀଜଗନ୍ନାଥଙ୍କ ତତ୍ତ୍ଵ,ତଥ୍ୟ ଓ ଆଲୋଚନା ଚକ୍ର ହିଁ କୋଟି କୋଟି ମଣିଷ ଭିତରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିପାରିବ। ଫାଉଣ୍ଡେସନ ର ସଭାପତି ଆଡଭୋକେଟ୍ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଗବେଷକ ଡକ୍ଟର ଗୋପାଳକୃଷ୍ଣ ଦାଶ, ସମ୍ମାନିତ ଅତିଥି ଭାବେ ଡକ୍ଟର ଭାସ୍କର ମିଶ୍ର ଓ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ଯୋଗଦେଇ ଭକ୍ତ -ଭଗବାନଙ୍କ ମିଳନ, ଭକ୍ତିଅର୍ଘ୍ୟ ରେ ଠାକୁରଙ୍କ ବନ୍ଦନା , ସମର୍ପଣ ଭାବରେ ଠାକୁରଙ୍କ ପାଖରେ ଶରଣ ଓ ମୁକ୍ତି-ମୋକ୍ଷର ମାର୍ଗ ଉପରେ ଭାବଗର୍ଭକ ଅଭିବ୍ୟକ୍ତି ରଖିଥିଲେ। ଗୀତିକାର ତଥା ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଦସ୍ୟ ଡକ୍ଟର ବଦ୍ରି ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଗବେଷକ ପୂର୍ଣ୍ଣିଚନ୍ଦ୍ର ଦାସଙ୍କ ସଂପାଦିତ ଶ୍ରୀଜଗନ୍ନାଥ ସଂସ୍କୃତି ଭିତ୍ତିକ ପତ୍ରିକା ଭକ୍ତିଅର୍ଘ୍ୟ-୨୦୨୫ କୁ ଆଧ୍ୟାତ୍ମିକ ପରିବେଶ ରେ ଅତିଥିମାନେ ଲୋକାର୍ପଣ କରିଥିଲେ। ଏହି ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ଫାଉଣ୍ଡେସନ ପକ୍ଷରୁ ଗବେଷକ ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟଙ୍କୁ ଭକ୍ତିଅର୍ଘ୍ୟ ଗବେଷକ ସମ୍ମାନ ଓ କବି ଶିବସୁନ୍ଦର ମିଶ୍ରଙ୍କୁ ଭକ୍ତିଅର୍ଘ୍ୟ ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ପତ୍ରିକା ର ଲେଖକ-ଲେଖିକାମାନଙ୍କ ଅନୁଷ୍ଠାନ ପକ୍ଷରୁ ସାରସ୍ବତ ସମ୍ବର୍ଦ୍ଧିନା ପ୍ରଦାନ କରାଯାଇଥିଲା। ଏହାକୁ ପରିଚାଳନା କରିଥିଲେ ଡକ୍ଟର କଲ୍ୟାଣୀ ନନ୍ଦୀ,ମନୋରମା ଆଚାର୍ଯ୍ୟ,ଆଲୋକରଞ୍ଜନ ମନ୍ତ୍ରୀ, ରାଧେଶ୍ୟାମ ମିଶ୍ର, ବାବୁ ମୁକୁନ୍ଦ,ଶୁଭଲକ୍ଷ୍ମୀ ଓ ପ୍ରଶାନ୍ତ ବରାଳ। ଧନ୍ୟବାଦ ଦେଇଥିଲେ ପୁରୁଷୋତ୍ତମ ନନ୍ଦ। ଏହି ଉତ୍ସବରେ ଅନେକ ଶିକ୍ଷାବିତ୍, ଗବେଷକ, ସାହିତ୍ୟିକ ଓ ବୁଦ୍ଧିଜୀବି ଯୋଗଦାନ କରିଥିଲେ

Leave a Reply

Your email address will not be published. Required fields are marked *