ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

*- ବିଜୁ ପଟ୍ଟନାୟକ ଫାଉଂଣ୍ଡେସନ, ତରଫରୁ, ଏହାର ମୁଖ୍ୟ କାର୍ଯ୍ୟାଳୟ ପରିସରରେ, ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ ହୋଇଯାଇଛି..!ଏହି ଅବସରରେ ମୁଖ୍ୟଅତିଥି ଭାବରେ, ବରିଷ୍ଠ ସାମ୍ବାଦିକ ଶ୍ରୀ ଶ୍ରୀରାମ ଦାଶ, ବିଶିଷ୍ଠ ସାମ୍ବାଦିକ ଗିରିଜା ଦାଶ, ବିଶିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ, ସମାଜସେବୀ କ୍ଷେତ୍ରମୋହନ ଦାସ ଏବଂ ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇଥିଲେ..! ଏହି ଫାଉଣ୍ଡେସନର ଟ୍ରଷ୍ଟି, ଶ୍ରୀ ଶକ୍ତି ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ବିଜୁ ବାବୁଙ୍କ, ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ ଅସାଧାରଣ ଦକ୍ଷତା ସମ୍ପର୍କରେ, ଅତିଥିଗଣ ଆଲୋକପାତ କରିଥିଲେ…! ଏହି ଅବସରରେ ବରିଷ୍ଠ ନାଗରିକ ଏବଂ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱମାନଙ୍କୁ ସମ୍ଭର୍ଦ୍ଧିତ କରାଯାଇ ଥିଲା…! ଏହି କାର୍ଯ୍ୟକ୍ରମରେ ଅନେକ ବିଜୁପ୍ରେମୀ ତଥା ଜନସାଧାରଣ ଯୋଗଦେଇ, ବିଜୁ ବାବୁଙ୍କୁ, ସ୍ମରଣ କରିଥିଲେ…!

Leave a Reply

Your email address will not be published. Required fields are marked *