ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ
କୋଣାର୍କ,୦୬.୦୩ଓଡ଼ିଶା ତଥା ଭାରତର ଅନ୍ୟତମ ଶ୍ରେଷ୍ଠ ସ୍ଵାଧୀନତା ସଂଗ୍ରାମୀ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଓ ଓଡ଼ିଶାର ବରପୁତ୍ର ପୁର୍ବତନ ମୂଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ବାବୁଙ୍କ ଜୟନ୍ତୀରେ ପୂର୍ବର ବିଜେଡ଼ି ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରି ଆସୁଥିଲେ। କିନ୍ତୁ ନୂତନ ବିଜେପି ସରକାର କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ଏପ୍ରିଲ ୨୪ ତାରିଖ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି। ଯାହାକୁ ସାରା ରାଜ୍ୟରେ ବିରୋଧ କରିଛି ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ। ଏହି କ୍ରମରେ କୋଣାର୍କ ନଗର ବିଜେଡ଼ି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି।

କୋଣାର୍କ ଏନଏସି ଅଧକ୍ଷା ତଥା ବିଜେଡ଼ି ନେତ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ମାନେ କୋଣାର୍କ ବିଜେଡ଼ି କାର୍ଯ୍ୟାଳୟ ନିକଟରୁ ଏନଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଏନଏସି ନିର୍ବାହୀ ଅଧିକାରୀ ପ୍ରବଣ କୁମାର ଚାନ୍ଦଙ୍କୁ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ବିଜେଡି କର୍ମୀ ଉପ ନଗରପାଳ ସୁରେଶ୍ ଚନ୍ଦ୍ର ରାଉତରାୟ, କାଉନସିଲର ସମୟ ରଞ୍ଜନ ସାହୁ, ବିଶ୍ବମ୍ବର ବିଶ୍ବାଳ, ପ୍ରତାପ ଗୋଚ୍ଛାୟତ, ଶୁଶାନ୍ତ ବେଉରା, ବିଜୟ କୁମାର ଦାସଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍
