ଶାରଳା ଙ୍କ ପୀଠରେ ଜଗନ୍ନାଥ ପାଞ୍ଚରାତ୍ର

ମା ଯୋଗ ଦେଲେ ଗଜପତି ମହାରାଜଆଙ୍କର-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବ ଯୋଗଦେଇ ଏହି ମହୋତ୍ସବ କୁ ଉଦ୍ଘାଟନ କରିଥିଲେ । ଗଜପତି ମହାରାଜ ଅପରାହ୍ନରେ ଶାରଳା ପୀଠରେ ପହଁଚି ମା ଶାରଳାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଜଗନ୍ନାଥ ସଂସ୍କୃତି ରାଷ୍ଟ୍ରୀୟ ପ୍ରବକ୍ତା ବାବା ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜଗନ୍ନାଥ ମହୋତ୍ସବ ଓ ଜଗନ୍ନାଥ ପାଞ୍ଚରାତ୍ରରେ ଯୋଗ ଦେଇ ଗଜପତି ମହାରାଜ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ମହାପ୍ରଭୁଙ୍କ ଲୀଳା ବାବଦରେ ଜ୍ଞାନ ଆହୋରଣ କରିଥାଉ । ଭଗବତ ଭକ୍ତି ସହିତ ଜୀବନ ଯେତେବେଳେ ଯୋଡି ହୁଏ ସେତେବେଳେ ଜୀବନର ଗତି ପରିବର୍ତ୍ତନ ହୋଇଥାଏ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ସମିତି ଭୁନେଶ୍ୱରର ଅଧ୍ୟକ୍ଷ ମହନ୍ତ ରାମକୃଷ୍ଣ ଦାସ ମହାରାଜଙ୍କ ସମେତ ବହୁ ଓ ସାଧୁସନ୍ଥ ମାନେ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ଶ୍ରୀ ଶ୍ରୀ ଜଗନ୍ନାଥ ମହୋତ୍ସବ କମିଟି ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ ସ୍ୱାଗତ ବନ୍ଦନା କରିଥିଲେ l ଏହି ଉପଲକ୍ଷେ ମହାପ୍ରଭୁଙ୍କର ୨୪ ବେଶ ଓ ୫୬ ଭୋଗ ପ୍ରଦର୍ଶନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଜଗନ୍ନାଥ ମହିମା ଉପରେ ଶ୍ରବଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସମସ୍ତ ଜଗନ୍ନାଥ ମହୋତ୍ସବ କମିଟି ର ସଦସ୍ୟ ଓ ଶାରଳା ମନ୍ଦିର ସେବାୟତ ମାନେ ପରିଚାଳନା କରିଥିଲେ l ଏହି ମହୋତ୍ସବ ୫ ତାରିଖ ଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ୬ ବ୍ୟାପି କାର୍ଯ୍ୟକ୍ରମ ଚାଲିବା ସହିତ ପ୍ରତ୍ୟେହ ଜଗନ୍ନାଥ କଥାମୃତ,ଘୃତ ଯଜ୍ଞ,ଅନ୍ନ ଯଜ୍ଞ ଆଦି କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *