ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମିତି ସମ୍ମିଳନୀ
ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମିତି ସମ୍ମିଳନୀ ।କନ୍ଧମାଳ ତା ୦୬/୦୩/୨୦୨୫ ଫୁଲବାଣୀ ସହର ସ୍ଥାନୀୟ କୋର୍ଟ ଛକ୍ ପରିସର ଗାନ୍ଧୀ ସ୍ମୁତି ଭବନ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ନେତୃତ୍ୱରେ ଏହି କାର୍ଯ୍ୟ କ୍ରମ ଉଦ୍ଘାଟନ ହୋଇଯାଇଛି ।ଉକ୍ତ ସମାରୋହରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ବେହେରା , ଅତିରିକ୍ତ ଜନ୍ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ପ୍ରସନ୍ନ କୁମାର ତ୍ରିପାଠୀ, ଅତିରିକ୍ତ ଜନ୍ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଆରୋବିନ୍ଦ ଦାଶ, ଜିଲ୍ଲା ଚିକତ୍ସାଧିକାରୀ ଭେଷଜ ସେବା – ତଥା ଅଧିକ୍ଷକ ଡାକ୍ତର ଅକ୍ଷୟ କୁମାର ସାହୁ, ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟମାନେ ମହିଳା ଆରୋଗ୍ୟ ସମିତିର ସଭ୍ୟମାନେ ,ୱାର୍ଡ ମେମ୍ବର, ଜନ ଆରୋଗ୍ୟ ସମିତିର ସଦସ୍ୟ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମାନେ ଜଗୋଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲାର ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ଏବଂ ସମସ୍ତ ରୋଗ ନିରାକରଣ ରେ ଆଶା ମାନଙ୍କର କାର୍ଯ୍ୟ ପ୍ରଶଂସନୀୟ,ସୁସ୍ଥ ଗାଁ ଓ ସୁସ୍ଥ ପଞ୍ଚାୟତ ଗଠନରେ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ଗୋଷ୍ଠୀ ର ଅବଦାନ ଅତୁଳନୀୟ ଆଲୋକପାତ ହୋଇଥିଲା । ସମସ୍ତ ଅତିଥି ମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା କନ୍ଧମାଳ ଜିଲ୍ଲାର ସ୍ବାସ୍ଥ୍ୟ ପରିସଂଖ୍ୟାନ କୁ ସାର ଭାରତରେ ପରିଚିତ କରିବା । ଏବଂ ରାଜ୍ୟ ରେ ଏକ ନମ୍ବର କରିବା । ଜିଲ୍ଲାରେ ସର୍ବ ତ୍ତମ ଆଶା ଭାବେ କୋଟଗ ଡ ବ୍ଲକ ର ଆଶା କସ୍ତୁରୀ ସିଂ ପ୍ରଥମ ସ୍ଥାନ, ଖଜୁରୀପଡ଼ା ବ୍ଲକ ମିନତୀ ବେହେରା ଓ ନୂଆଗାଁ ବ୍ଲକ ର ସୁରତି ନାୟକ ଦୂତୀୟ ସ୍ଥାନ ଓ ଦରିଂ ବାଡ଼ି ବ୍ଲକ ର ଆଶା ଲବ୍ଳୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟ ଅତିଥି ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ପ୍ରତ୍ୟେକ ବ୍ଲକ ର ଗୋଟିଏ ଗାଁ ସମିତି( ଦ ଡ କିଙ୍ଗିଆ), ଲମ୍ବା ଗୁଦ୍ରି, ଜ।ମ୍ ପଦର୍, କୋଟଗଡ଼, ରଙ୍ଗର ପଦର୍, ହଟପଦର, ରମାଡି, ବୁଦେଡିପଡ।, ଗଡଗୁଡ଼।, ଶ୍ରାନିକେତ, ଜର୍ଗିଶୁଗ।, ପଣ୍ଡିରି ସିମା, ଗାଁ କଲ୍ୟାଣ ସମିତି) ଓ ୮ ଟି ମହିଳା ଆରୋଗ୍ୟ ସମିତି( ନଦିଖଣ୍ଡି ସାହି, ଆମ୍ବପଡା,ଜିରିଂ ପଡା, କଚର।ସାହି, ପି ଅନ୍ ପଡା, ଦମି ଗାଁ, ଝଙ୍କାର ସାହି ସଲୁଙ୍କି ସାହି) ଓ ୧୨ ଟି ଜନ ଆରୋଗ୍ୟ ସମିତି(କଟିମ।ହା, ଆର, ନୂଆଗାଁ, ମସିରିପଡ।, ନିଲୁଙ୍ଗିଆ, ବଣ୍ଡ ଗୁଡା, ସୁଗ ଡ ବାଡି, ମିନିଆ, ଜଲେଶପଟ୍ଟା, ପରଂପଙ୍ଗ।, କୋଟଗଡ଼, ପରତ ମାହା ବର ଡା ଖୋଲ) ସୁସ୍ଥ ସମାଜ ଗଠନରେ ଗୋଷ୍ଠୀ ସହଭାଗିତା ରେ ପୁରକୃତ ହୋଇଥିଲେ । ପରିଶେଷରେ ଆଶା ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା ।ଉକ୍ତ କାର୍ଯ୍ୟ କ୍ରମରେ ରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ପରିଚାଳକ ଆଶିଷ କୁମାର ମହାନ୍ତି, ଆଶା ପରିଚାଳକ ଶ୍ରୀମତୀ ଯଶସ୍ପିଁ ନୀ ସାହାଣୀ, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଶେଖର ପ୍ରଧାନ ତଥ୍ୟ ପରିଚାଳକ ଶ୍ରୀଯୁକ୍ତ ପ୍ରେଂଜିତ୍ ତ୍ରିପାଠୀ, ଗୁଣବତ୍। ପରିଚାଳକ ଶ୍ରୀଯୁକ୍ତ ଦୁଷ୍ମନ୍ତ ସୁତାର, ନରେନ୍ଦ୍ର ପାଳ,ଦୀପ୍ତି ଦାଧି ବାମନ, ଶଶାଙ୍କ ଜୟ କୃଷ୍ଣ, ଶିବ ପ୍ରସାଦ ଅନୁ, ଅମିତ୍, ସୁଶାନ୍ତ,ଜଗନ୍ନାଥ, ଦୀପ୍ତି ରଞ୍ଜନ, ରାଜେନ୍ଦ୍ର, କୁମୁଦ,ଆଦି ଉଭୟ ବ୍ଲକ ଓ ଜିଲ୍ଲାର ସ୍ବାସ୍ଥ୍ୟ ମିଶନ କର୍ମ କର୍ତ୍ତା ସଂଯୋଜନା କରିବାସହ ସହଯୋଗ କରିଥିଲେ ।
