ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ
ଜଟଣୀ ପୌରାଞ୍ଚଳ ସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଉତ୍ସବରେ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯାଇଥିଲା । ଏହି ଉତ୍ସବରେ ବରିଷ୍ଠ ନାଗରିକ ସେବା ସଂଘ ଓ ଫାଉଣ୍ଡେସନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଶ୍ରୀ ଅବନୀ ରାଉତରାୟ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ଶ୍ରୀ ଜବାହର ଲାଲ ସୁବୁଦ୍ଧି ଅନୁଷ୍ଠାନ ସମ୍ପର୍କରେ ସମ୍ୟକ୍ ବିବରଣୀ ପାଠ କରିଥିଲେ। ଉତ୍ସବରେ ବରିଷ୍ଠ ନାଗରିକ ଶ୍ରୀ ରବିନ୍ଦ୍ର ପ୍ରାସାଦ ମିଶ୍ର , ସମାଜସେବୀ ବାସୁ ଦେଵ ସେଠୀ, ସହିତ୍ୟକ ଶ୍ରୀ ଆଦି ନାରାୟନ ଖଣ୍ଡୁଆଳ , ବରିଷ୍ଠ ସାମ୍ବାଦିକ ଧିରେନ୍ ପ୍ରତିହାରୀ , ଶିକ୍ଷାବିତ୍ ପଦ୍ମନାଭ ପାଣିଗ୍ରାହୀ , ସୁରେଶ କୁମାର ରଥ,ମନମୋହନ ରାଉତରାୟ, ପ୍ରସନ୍ନ କୁମାର ମହାରଥୀ,ପ୍ରମୁଖ ଯୋଗ ଦେଇଥିଲେ ।
ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ଶ୍ରୀ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
