ପାନୀୟ ଜଳ ସମସ୍ୟାକୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ହନୁମାନ ଛକ ନିକଟରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ମାନେ ରାସ୍ତାରୋକ କରିଥିଲେ। ପରଜଙ୍ଗରେ ଘର ଘରକୁ ଚୋରା ପାଇପ ଯୋଗେ ଯୋଗାଇ ଦିଆ ଯାଉଥିବା ପାନୀୟ ଜଳ କିଛି ଅସାଧୁଙ୍କ ଯୋଗୁଁ ଲୋକଙ୍କ ନିକଟରେ ପାନୀୟ ଜଳ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ମନ ଇଚ୍ଛା ଜଳ ସଂଯୋଗ ସହ ମୋଟର ଦ୍ୱାରା ପାଣି ଉଠାଉଥିବା ଯୋଗୁଁ କିଛି ଅଂଚଳରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଗ୍ରାମବାସୀ ମାନେ ବିଭାଗୀୟ ଯନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏ ନେଇ ରାସ୍ତାରୋକ ପରେ ଘଟଣା ସ୍ଥଳରେ ସ୍ଥାନୀୟ ବିଡ଼ିଓ ସୌଭାଗ୍ୟ ବେହେରା ଏବଂ ବିଭାଗୀୟ ଅଧିକାରୀ ପହଞ୍ଚି ଲୋକଙ୍କୁ ଦୁଇ ତିନି ଦିନ ଭିତରେ ପାନୀୟ ଜଳର କରାଯିବ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଉଠିଥିଲା।
